Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧା କଥା ୬୧

ସିଧା କଥା ୬୧

1 min
178



ଯେତେ ଅର୍ଥବଳ ଧନବଳ ଥାଉ ମୃତ୍ୟୁ ଜିତିବା ନିଶ୍ଚିତ,

ଯେତେ ଅନୁତାପ ଦୁଃଖ କରିଲେ ବି ଫେରିବ ନାହିଁ ଅତୀତ ।


ସବୁକଥା ଆଉ ସବୁକାମ କେବେ ହୋଇବ ନାହିଁ ସଫଳ,

ଭଲ ସହ ମନ୍ଦ ସଫଳ-ବିଫଳ ଦେଉଥିବେ ମହାକାଳ ।


ଶିଶୁ ମସ୍ତିଷ୍କରେ ଲୁଚି ରହିଥାଏ ବୁଦ୍ଧିମତା ଅପ୍ରମିତ,

ମନର ଭିତରେ ଲୁଚିକରି ଥାଏ କଳ୍ପନା ହୁଏ ସତ ।


ଯଦି ଆମେ ଭଦ୍ର-ନମ୍ର ହୋଇଥିବା ବିଶ୍ୱସ୍ତ ଉଦାର ଚିତ୍ତ,

ଏକଥା ନିଶ୍ଚିତ ବଢ଼ାଇବେ ନାହିଁ ଦାତା-ନେତା ତାଙ୍କ ହାତ ।


ପ୍ରଶଂସା ସମ୍ମାନ,ମାନ-ଅପମାନ କିଛି ବି ମିଳିବ ନାହିଁ,

ଖଳବଳ ଆଉ କପଟିଆ ମିଶି ଖୁସିହେବେ ତାକୁ ପାଇ ।


ନିଜ ସ୍ୱରୂପକୁ ଜାଣିଛି ଯେ କେବେ ହେବନାହିଁ ବିଚଳିତ,

ତୁଚ୍ଛା-ସମ୍ମାନର ମୂଲ୍ୟନାହିଁ କିଛି ମୁହିଁ ଯାହା ତାହା ସତ୍ୟ ।



Rate this content
Log in

Similar oriya poem from Classics