ଶ୍ୟାମା ଲଳନା
ଶ୍ୟାମା ଲଳନା
ଚାହିଁଛି ତମକୁ
ଚାତକ ଯେପରି
ଚାହିଁଥାଏ ବର୍ଷା ଜଳ,
ତମ ନୀଳ ଶାଢ଼ୀ
ଦିଶଇ ଯେପରି
ଆକାଶର ଶ୍ୟାମନୀଳ l
ପାଦପ ପାଖରେ
ମନାସୁଛ କିବା
ଆମ ମିଳନର ଲଗନ,
ଅଦେଖା ଈଶ୍ୱର
ଚାହିଁଲେ ଗୋ ସଖୀ
ସ୍ବପନ ହେବ ପୂରଣ l
ତମ ନାଲି ଚୁଡି
ମୋ ପ୍ରେମରଙ୍ଗ
ତମ ଚୋରା ବାସନାର ରାଗ,
ଆମ ଦୁହିଁଙ୍କ ହୃଦୟ
ଭିଜୁ ସେହି ରଙ୍ଗେ
ସେହି ରଙ୍ଗ ଆମ ଭୋଗ ।

