STORYMIRROR

Akshayakumar Dash

Romance

3  

Akshayakumar Dash

Romance

ସହଯୋଗ

ସହଯୋଗ

1 min
12.1K

ଏବେ ଚାଲ ଖଟିବା

ଘରୁ ଅୟଂ ଆରମ୍ଭ ହେବ କାର୍ଯ୍ୟାଳୟ ପଯ୍ୟନ୍ତ

ନିଜ ନିଜ ଘରେ ଆତ୍ମ ନିର୍ଭରଶୀଳ ହେବା

ବାସନ ରୁ ବସନ ନିଜେ ସଫା କରିବା

ପଦ୍ମ ପତ୍ର ଜଳ ବୁନ୍ଦା 

ସବୁଥିରେ ଭିର୍ଣ୍ଣ ମୋଡ଼ ନେବା

ଏଠି ଯିଏ ରାଜା ସିଏ ସିଂହାସନ ଛାଡି

ବାଟଘାଟ ସଫାକରେ ଅଳିଆ କୁଢ଼ କୁ

ମନ୍ତ୍ରୀମାନେ ଜନତା ପାଖରେ

ଭୋକିଲା ପେଟରେ ମୁଠେ ଦେଉଛନ୍ତି ଖୋଇ

ପ୍ରଶାସନ ସଜାଗ ସତ୍କାର

ସୁଖସବୁ ଆହୁତି ଅଗ୍ନିରେ

କର୍ମଚାରୀ ନିଜ ପ୍ରକୃତି ବାହାରେ

ଆଉନବ ଆତ୍ମ ତୃପ୍ତି ଶାମୁକା ଖୋଜଇ

ମରୀଚିକା ସାଗର ବାଲିରେ

ଗୃହ ବିଭାଗ ଦିନ ରାତି ଦେଖାଇ ଦିଅନ୍ତି 

ଅର୍ଥ ନୁହେଁ ବରଂ ପଥ ଅମାନିଆ ଜନତା ବନ୍ଧୁତା

ଚିକିତ୍ସିତ ରୋଗୀ ଭରଷା ର ବାରୀ

ଚରମ କର୍ତବ୍ୟରତ ଚିକିତ୍ସକ ବଂଧୁ

ମାନବ ସେ ଦେବତା ଆସନେ

ଜାଣି ଅଗ୍ନୀ ନ ଡରି ନିଜକୁ

ଚାଷୀ ଭାଇ ନିଗଡ଼ି ରକ୍ତକୁ

ଦେଶସାରା ଘରେ ଥିଲା ବେଳେ

ଯେଉଁ କେତେ ବାଟରେ ଖରାରେ

ମହାମାରୀ ସାଙ୍ଗରେ ଲଢ଼ିଲେ

ତାଙ୍କ ପାଇଁ ମୁଣ୍ଡ ନଇଁଯାଏ

କେତେ ରାମ ମଣିଷ ରୂପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance