STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଶୂନ୍ୟତାରୁ ଶୂନ୍ୟତା

ଶୂନ୍ୟତାରୁ ଶୂନ୍ୟତା

1 min
206


ଶବ୍ଦର ନୈବେଦ୍ୟ କ'ଣ ମୁଁ ବାଢିବି

  ଶବ୍ଦ ଶୂନ୍ୟ ଆଜି ମୁହିଁ,

ଛଳନାରେ ଭରା ତୁମ ଏ ସଂସାରେ 

 ଥଳକୂଳ ପାଏ ନାହିଁ,

 କହିଦିଅ ଭାବଗ୍ରାହୀ

ଭାବ ଅଛି ସତ ମନ ଯେ ଅସ୍ଥିର

ତୁମ୍ଭ ଚିତ୍ର ଦେଖୁଥାଇ।


ଅନଳ ଗରଳ ହୁଏ ଅସମ୍ଭାଳ

  ବିନା ଅଗ୍ନିରେ ତ ଜଳେ,

ରଙ୍ଗ ଯେ ଦେଖଇ ଇନ୍ଦ୍ରଧନୁ ରେ ମୁଁ

   ଲୁଚେ ଛଳନାର ତଳେ,

ଏଠି କଳେ ବଳେ କଉସଳେ

ମିଠା ମିଠା ଥାଏ ଉପରେ ଉପରେ

  ଚେର କଟେ ତଳେ ତଳେ।


ମହାବାହୁ ଆହେ ଜଗତ ପାଳକ

 ଜଗତ ଉଦ୍ଧାର ପାଇଁ,

କାନେ କାନେ ପ୍ରଭୁ ରାମନାମ ମନ୍ତ୍ର

  ଟିକିଏ ଦିଅ ଶିଖାଇ,

  ପଛେ ମରାମରା କହି

ଶାନ୍ତିର ସ୍ଵସ୍ଥିର ଚନ୍ଦନ ମଳୟ

   ଯାଉ ବିଶ୍ଵ ସାରା ବହି 

  ଆହେ ପ୍ରଭୁ ଭାବଗ୍ରାହୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational