Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Romance Tragedy

4  

Sunita Sahoo

Romance Tragedy

ଶୂନ୍ୟ ସମ୍ପର୍କ

ଶୂନ୍ୟ ସମ୍ପର୍କ

1 min
198


ସମ୍ପର୍କର ତୀରେ ତୀରେ

ବହିଯାଏ ଦୁଇଟି ନଈ

ହାତରେ ହାତ ଛନ୍ଦି

ଗୁଣୁଗୁଣୁ ସୁରେ ଗାଇ ।

ଫଗୁଣର ଦରହାସେ

ମଳୟ ଛୁଇଁବା ପାଇଁ

ସମ୍ପର୍କର ମିଠା ଧାରେ

ପ୍ରିତୀର ପ୍ରାଚୀର ଡେଇଁ ।

କିଛି ପଥ ଗଲାପରେ

ବାଟ ହୁଡ଼େ ଦୁଇ ନଈ

ଅବୁଝା ଲୁହର ଧାରେ

ସମ୍ପର୍କ କି ଯାଏ ଧୋଇ ।

କିଏ ଜିତେ କିଏ ହାରେ

କୋହର ଆଞ୍ଜୁଳା ନେଇ

ହାତଛଡ଼ା ସମ୍ପର୍କ ହେଲା

ପଥ ହରା ଦୁଇ ନଈ ।

କଥା ଥିଲା ସାଥି ହୋଇ

ସାଗରେ ମିଶିବା ପାଇଁ

ଜୁଆରିଆ ସମ୍ପର୍କରେ

ବତାସ କି କଲା ବାଇ ।

ତୁହା ତୁହା ଝଡ଼ ଉଠେ

ହୃଦୟ କୋଣରେ ଯାଇ

ଅମାନିଆ ବାଆ ଛୁଟେ

ସାଗର ରହିଲା କାହିଁ ।

ଆଉ କି ସେ ମନ ଯୋଡ଼େ

ସପନ ଦେଖିବା ପାଇଁ

କ୍ଷୀଣ ତନୁ ସେ ଝରଣା

ବହିଯାଏ ଏକା ହୋଇ ।



Rate this content
Log in

Similar oriya poem from Romance