STORYMIRROR

Satyabati Swain

Classics

3  

Satyabati Swain

Classics

ଶୁନ୍ୟ ସ୍ୱରୂପ

ଶୁନ୍ୟ ସ୍ୱରୂପ

1 min
373

ଟିକେ 

ଉପଲବ୍ଧି

ମୁଠେ ବିଶ୍ବାସ

ଆଞ୍ଜୁଳେ

ଅନୁଭବ

ଛାତିଏ

ଭରସା

ଏବଂ

ସମଗ୍ର ଚେତନାକୁ

ଗ୍ରାସ କରୁଥିବା

ଦିବ୍ୟଜ୍ଞାନ

ଦିବ୍ୟଚକ୍ଷୁ

ଦିବ୍ୟ ଅନୁଭୂତିର ନାଁ 

ଶୂନ୍ୟର ସ୍ୱରୂପ।


କେବେ ସେ ଶୁନ୍ୟ 

ଅରୂପ, ନିରାକାର

କେବେ ସେ ବିଶ୍ଵରୂପ

ପୁଣି କେବେ ରୂପାନ୍ତରିତ ହୁଅନ୍ତି

ମାଆ 

ବାପା

ପତି

ଭାଇ

ପୁତ୍ର

କନ୍ୟା

ଭଉଣୀ

ବନ୍ଧୁ

ପୁଣି

କର୍ତ୍ତବ୍ୟ ଓ ଦାୟିତ୍ୱ

ରୂପକୁ।


ଶୂନ୍ୟ ସମ୍ପୂର୍ଣ୍ଣ ବିଶ୍ୱ

ଆତ୍ମା ,ପରମାତ୍ମା

ଦେହ ,ଦେଉଳ ଓ ଦିଅଁ

ସେ ସତ୍ୟ

ସେ ଶିବ

ସେ ସୁନ୍ଦର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics