ଶୁଣିଲେ ଲାଗୁଛି ଖୁସି
ଶୁଣିଲେ ଲାଗୁଛି ଖୁସି
ଅଜା ତମେ ଭାରି ଚଗଲା ହେଲଣି ଆଈକଥାକୁ ମାନୁନା,
ଦିନରେ ଶୋଉଛ ରାତିରେ ଚେଉଁଛ ପାଠ-ଶାଠ କିଛି ପଢୁନା !
ମୋବାଇଲି ଗୋଟେ ଧରିକି ଟିପୁଛ ସେଥିରୁ ପାଉଛ କିସ ?
ସଉଦା ପରିବା କିଣିବାକୁ ଯାଇ ସାଙ୍ଗ-ସାଥି ଖୋଜି ବସ ।
ଚାଲିବାକୁ ଯାଇ ଛକରେ ଗପୁଚ ଇମିତି କାହିକି ହୁଅ ?
ପାନ ଖାଇବାକୁ ଯେତେ ମନାକଲେ ଲୁଚେଇ ଲୁଚେଇ ଖାଅ ।
ଖେଳିବାକୁ ଟିକେ ଡାକିଲେ କହୁଛ ଦଉଡି ପାରିବି ନାହିଁ,
ମିଠା ଖାଇବନି ଡାକ୍ତର କହିଛି ଯାଚିଲେ ଦେଉଛ ଖାଇ ।
କାହାକୁ ଡରୁନା ଆଈଙ୍କୁ ଡରୁଛ ତମର ତ ବଳ ବେଶି,
ନାତିଆ ଟୋକାର ଏହି ଅଭିଯୋଗ ଶୁଣିଲେ ଲାଗୁଛି ଖୁସି ।
ଜାଣିଲି ମୋ ନାତି ଚଲାକ ହେଲାଣି ଅସଲଗୁରୁ ମୋ ପାଇଁ,
ପିଲାଦିନେ ବାପା-ମାଆଙ୍କ ତାଗିଦ ମନେପଡ଼େ ତାକୁ ଚାହିଁ ।
ସିଧାକଥା
