ଶୁଖିଲା ପତର
ଶୁଖିଲା ପତର
ବୟସ ମୋ ଅତିକ୍ରାନ୍ତ
ସମୟ ସୁଅରେ
ପଡ଼ିଛି ଖସି ମୁଁ ଆଜି
ପାଦପ ପାଦରେ ।
ଅଲୋଡା ଅଖୋଜା ମୋର
ଦୁର୍ବଳ ଜୀବନ
ପାଇ ନାହିଁ କୋଉ କାଳୁ
ସ୍ନେହ ଶ୍ରଦ୍ଧା ପ୍ରେମ ।
ପାଦର ଆଘାତେ ମୋର
ଭାଙ୍ଗେ ମେରୁ ହାଡ଼
ଦାଉ ସାଧେ ବାରମ୍ବାର
ପବନର ମାଡ ।
ତୁମେ ଯଦି ଭାବୁ ଥାଅ
ମୋ ଜୀବନ ବ୍ୟର୍ଥ
ଭାବନା ତ ମିଛ ସିନା
ନୂହେଁ ସବୁ ସତ ।
ନୂହେଁ ବ୍ୟର୍ଥ ମୋ ଜୀବନ
ନୂହେଁ ମୁଁ ଅଲୋଡା
ବିକ୍ଷିପ୍ତ ଜୀବନ କୁ
କରିପାରେ ସଜଡା ।
ଡାଳ ଚ୍ୟୁତ ମୁଁ ଯେ
ଶୁଖିଲା ପତର
ଆଗକୁ ମୁଁ ଆଗେଇବି
ପାଇ ତୁମ ସ୍ନେହ ଘୃଣାର ।