Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Children

4  

Chittaranjan Nanda

Abstract Inspirational Children

ଶୁଭେଚ୍ଛା ୧୫ତମ ରାଷ୍ଟ୍ରପତି

ଶୁଭେଚ୍ଛା ୧୫ତମ ରାଷ୍ଟ୍ରପତି

1 min
239


ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ମୋର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ | ସେହି ଅବସରରେ ମୋର ସମର୍ପିତ କବିତା ।


ମୋ ଦେଶ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ 

ଗଣତନ୍ତ୍ର ସାଧାରଣତନ୍ତ୍ର ରାଷ୍ଟ୍ର

ଏକ ହୋଇ ନିର୍ମାଣ କରିବା ଦେଶକୁ ଆମର, ନେଇଛେ 

ସମସ୍ତେ ସମ୍ବିଧାନରେ ଶପଥ ।


ପାଇବା କିପରି ସାମାଜିକ ଅର୍ଥନୈତିକ ରାଜନୈତିକ 

ନ୍ୟାୟ, ସ୍ଵାଧୀନତା ଓ ସମାନତା

ରଖିବା ଆମେ ସମସ୍ତେ ସମ୍ବିଧାନ ଟେକ, ପ୍ରତିଷ୍ଠା କରି 

କେତେ ଭିନ୍ନତା ଭିତରେ ଏକତା ।


ଶାସନ ମୂଖ୍ୟ ହେଉଛନ୍ତି ରାଷ୍ଟ୍ରପତି, ମୋ ଭାରତର ଏଇ

ମହାନ ସମ୍ବିଧାନରେ,

ସମସ୍ତ ଓଡିଆ ନିଶ୍ଚିତ ଗର୍ବିତ ତମ ପରି ଜଣେ ଓଡିଆକୁ 

ଦେଖି ୧୫ତମ ରାଷ୍ଟ୍ରପତି ପଦରେ ।


ଭାରତୀୟଂକ ଅଭାବ, ଦୁଃଖ, ଅବହେଳାକୁ ଡୁଙ୍ଗୁରୁ 

ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠାରେ

ଆପଣ ଭଲ ଭାବେ ଉପଲବ୍ଧି କରିଛନ୍ତି ଜାତ ହୋଇ 

ଓଡିଶାର ରାଇରଙ୍ଗପୁରରେ ।


ଘେନ ହେ ରାଷ୍ଟ୍ରପତି ପ୍ରତ୍ୟେକ ଭାରତୀୟର ନିବେଦନ 

ତୁମ ହାତେ ଟେକିଲୁ ଆମ ଦେଶ ଓ ସମ୍ବିଧାନ

ତୁମ ପ୍ରତିଟି କାର୍ଯ୍ୟରୁ ପ୍ରେରଣାର ବାଣୀ ନିସୃତ ହେଉ  

ଜାତୀୟ ସ୍ୱର ଦୂର କରିବାକୁ ଦାରିଦ୍ର୍ୟ କଷଣ ।


ହେ ଶାନ୍ତି ମୈତ୍ରୀର ଦେଶ ଭାରତର ରାଷ୍ଟ୍ରପତି, ସୃଜ 

ଜୀବନ ପ୍ରଗତିର ଭବିଷ୍ୟତ, ରଚି ନୂଆ ଚିନ୍ତନ

ମୁକ୍ତି ଲଭୁ ନିଷ୍ପେସିତ, ହେଉ ତ୍ୱରାନ୍ୱିତ ସ୍ୱଚ୍ଛନ୍ଦ ସ୍ୱଚ୍ଛଳ, 

ରଖ ଗଣତନ୍ତ୍ର ସୁରକ୍ଷିତ, ଧନ୍ୟ ହେଉ ଓଡିଆ ଜୀବନ ।


Rate this content
Log in

Similar oriya poem from Abstract