Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

କରୋନା କବଳିତ ଜୀବନ

କରୋନା କବଳିତ ଜୀବନ

1 min
320


କୁଆଡୁ ଆସିଲା କରୋନା ଧ୍ବସ୍ତ କଲା ଧରଣୀ

ଜାପାନରୁ ମେକସିକୋ ତା ବିଭୀଷିକା କାହାଣୀ |

ଧରାଶାୟୀ କଲା ଧରାକୁ ହଟେ ବିଜ୍ଞାନ ବଳ

ଖେଳିଲା ଆତଙ୍କ କୋଭିଡି ସବୁ କଲା କବଳ |

ଯାହାକୁ ଧରିଲା ଜୀବନ ଥାଉଁ ସିଏତ ମଲା 

ପାଖ ମାଡିଲେନି ତାହାର ନିଜ ପତ୍ନୀ ଓ ପିଲା |

ଡାକ୍ତର ସେବିକା ଆତ୍ମୀୟ ତାକୁ ଛୁଇଁଲେ ନାହିଁ

ଜେସିପି କାଢିଲା ଶବକୁ ଜାଳେ ବିଜୁଳି ଜୁଇ |

ଗୃହବନ୍ଦୀ ହୋଇ ରହିଣ କେତେ ଗଲେ ନିବର୍ତ୍ତି 

ଜୀବନ ଦର୍ଶନ ଶିଖିଲେ ବିଭୁ ଶରଣାବର୍ତ୍ତୀ |

ଲକ୍ଷ ଲକ୍ଷ ନର ନାରୀଏ ହେଲେ ପଞ୍ଚତ୍ୱ ପ୍ରାପ୍ତ 

ଭୀତତ୍ରସ୍ଥ ହେଲା ଜଗତ କୋଟି କୋଟି ଆକ୍ରାନ୍ତ |

କଳକାରଖାନା ଶିକ୍ଷାନୁଷ୍ଠାନ ବନ୍ଦ ହୋଇଲା

ଜୀବିକା ହରାଇ ଶ୍ରମିକ ଯନ୍ତ୍ରୀ ହେଲେ ଘାଇଲା |

ଭୟଙ୍କର ବାତାବରଣ ଗାଡ଼ି ଚାଲିଲା ନାହିଁ

ଚାଲି ଚାଲି କେତେ ଗାଆଁକୁ ଆସୁଥିଲେ ପଳାଇ |

ଶହ ଶହ କ୍ରୋଶ ଚାଲିବା ପିଲା ଛୁଆଙ୍କୁ ଧରି

ଭାବିଲେ ଆଜିବି ହୃଦୟ ମନ ଯାଉଛି ଥରି |

ମାଗିଲେ ସାହାଯ୍ୟ ପଳାନ୍ତି ଜନେ ଛୁଅନ୍ତିନାହିଁ

ଦୋକାନ ବଜାର ବନ୍ଦ ଖାଦ୍ୟ ମିଳିଵ କାହିଁ |

ପୋକ ମାଛିପରି ଅକାଳେ ଝଡ଼ି ଯାଏ ଜୀବନ

ପିତା ପୁତ୍ର ପତ୍ନୀ ହରାଇ ପରିବାର ଉତ୍ସନ୍ନ |

ଯିଏ ପହଞ୍ଚିଲା ଗାଆଁରେ ରହେ ସଙ୍ଗରୋଧରେ

ଦାରିଦ୍ର୍ୟ ସଙ୍ଗରେ ଲଢ଼ିଲା ରହି ଉପବାସରେ |

ସିଏ ଜାଣିଥିବା କାମଟି ଏଠି ମିଳିଲା ନାହିଁ

କାମ ଦେଲେ ନାହିଁ ସର୍କାର ଆତ୍ମନିର୍ଭର ପାଇଁ |

ପୁଣି ଦାଦନରେ ବାହାର ହେଲେ ପୂର୍ବ ସ୍ଥାନକୁ 

ସେଠି ପୁଣି କାମ ନପାଇ ବାହୁଡ଼ିଲେ ଘରକୁ |

ବିଶ୍ୱ ଅର୍ଥନୀତି ଭୁଷୁଡ଼ିଗଲା କରୋନା ମାଡ଼େ

ପୁଣି ନର ଅଣ୍ଟା ଭିଡ଼ିଣ ପାଦ ଆଗକୁ ଵାଢ଼େ |

ପଚିଶ ବରଷ ପଛକୁ ହଟିଗଲା ମାନବ

ଧିକ ତୁ କରୋନା ଧିକତୁ ମହାମାରୀ ଦାନଵ |



Rate this content
Log in

Similar oriya poem from Abstract