STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଶୁଭ ଶଙ୍ଖନାଦ

ଶୁଭ ଶଙ୍ଖନାଦ

1 min
219

ଦୁଃଖହାରୀ ବୋଲି ପଡୁଅଛି ହୁରି

 ଆହେ ବିଶ୍ୱବିହାରୀ,

ନିତି ଆସୁଅଛି ଗୁହାରୀ କରୁଛି

 ଶୁଣୁନାହଁ କୃପାକରି,

 ଅପେକ୍ଷା କରିଛି ହରି

ମୋ ମନ ମନ୍ଦିରେ ବସାଇ ତୁମକୁ

 ଭଜୁଥିବି ହରି ହରି। 


ନୁହେଁ ମୁଁ ସୁଦାମା ନୁହେଁ ରାଧାରାଣୀ

 ନୁହେଁ ବି ତୁମର ମୀରା,

ଡାକୁଥିବି ପ୍ରଭୁ ତୁମ ବଡ଼ଦାଣ୍ଡେ

 ଆସୁ ଯେତେ ବର୍ଷା ଖରା,

 ଅଶାନ୍ତମୟ ଏ ଧରା

ସୁଖ ଲୋଡା ନାହିଁ ଶାନ୍ତି ଟିକେ ପାଇଁ

 ବିକଳ ହେଉଛି ପରା।


ଦୟାମୟ ତୁମେ ଦୟାକର ଟିକେ

 ନିର୍ଦ୍ଦୟ କିମ୍ପାଇଁ କୁହ,

ତୁମ ମଧୁମୟ ଧରା ଯେ ବିଷାକ୍ତ

 ଲହୁ ବହେ ହୋଇ ଲୁହ,

ସଭିଙ୍କର ଅଭିନୟ

ରାମକୃଷ୍ଣ ଅବା ବୁଦ୍ଧ ଯୀଶୁ ହୋଇ

 ଶୁଭ ଶଙ୍ଖନାଦ ଦିଅ।

କଳୁଷ ହଟାଇ ଦିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational