ଶୁଭ ଶଙ୍ଖନାଦ
ଶୁଭ ଶଙ୍ଖନାଦ
ଦୁଃଖହାରୀ ବୋଲି ପଡୁଅଛି ହୁରି
ଆହେ ବିଶ୍ୱବିହାରୀ,
ନିତି ଆସୁଅଛି ଗୁହାରୀ କରୁଛି
ଶୁଣୁନାହଁ କୃପାକରି,
ଅପେକ୍ଷା କରିଛି ହରି
ମୋ ମନ ମନ୍ଦିରେ ବସାଇ ତୁମକୁ
ଭଜୁଥିବି ହରି ହରି।
ନୁହେଁ ମୁଁ ସୁଦାମା ନୁହେଁ ରାଧାରାଣୀ
ନୁହେଁ ବି ତୁମର ମୀରା,
ଡାକୁଥିବି ପ୍ରଭୁ ତୁମ ବଡ଼ଦାଣ୍ଡେ
ଆସୁ ଯେତେ ବର୍ଷା ଖରା,
ଅଶାନ୍ତମୟ ଏ ଧରା
ସୁଖ ଲୋଡା ନାହିଁ ଶାନ୍ତି ଟିକେ ପାଇଁ
ବିକଳ ହେଉଛି ପରା।
ଦୟାମୟ ତୁମେ ଦୟାକର ଟିକେ
ନିର୍ଦ୍ଦୟ କିମ୍ପାଇଁ କୁହ,
ତୁମ ମଧୁମୟ ଧରା ଯେ ବିଷାକ୍ତ
ଲହୁ ବହେ ହୋଇ ଲୁହ,
ସଭିଙ୍କର ଅଭିନୟ
ରାମକୃଷ୍ଣ ଅବା ବୁଦ୍ଧ ଯୀଶୁ ହୋଇ
ଶୁଭ ଶଙ୍ଖନାଦ ଦିଅ।
କଳୁଷ ହଟାଇ ଦିଅ।
