STORYMIRROR

Gayatri Sahoo

Classics

4  

Gayatri Sahoo

Classics

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
411

ପହିଲି ରଶ୍ମିର ଅପୂର୍ବ ତେଜରେ 

ଆଜି ଦିଶଇ ଦିଗନ୍ତ ବିସ୍ତାରି ।

ଚଉଦିଗେ ଖେଳେ ଖୁସିର ଲହରୀ 

ମୟୂରୀ ମୂର୍ଚ୍ଛନା ରଚନ୍ତୀ।।

ଶର୍ବରୀ କୋଳରେ ଖେଳୁଛି ଚନ୍ଦ୍ରମା 

ଫୁଟିଛି ସୁନ୍ଦରୀ ମଲ୍ଲୀକା 

ମଧୁର ମହକେ ଧରଣୀ ବାସୁଛି 

ହସୁଛନ୍ତି ଦୁଇ ନାୟିକା ।।

ଶ୍ରୀକ୍ଷେତ୍ର ରେ ନେତ ଲାଗଇ ସୁନ୍ଦର 

କ୍ଷଣିକ ରେ ମୋହେ ମନ 

ତୁମେ ଦୁହେଁ ଥିଲେ ସାଥିରେ ମୋହର 

ଜହ୍ନ ରାତି ପ୍ରତି କ୍ଷଣ ।।

ଆଜି ଏ ଦିନରେ ଶୁଭ ଅବସରେ 

କରଇ ଏତିକି କାମନା 

ଭଗବାନ ଙ୍କ ଆଶିଷ ମିଳୁଥାଉ ପୁଣି 

ପୂର୍ଣ୍ଣ ହେଉ ସବୁ ଆଶା ।।

ମୋ ଦୁଇ ଆଖିର ଦୁଇ ତାରା ତୁମେ 

ମୋ ପାଇଁ ଦୁଇଟି ପରି 

ଦୁହିଁଙ୍କ ବିନା ମୁଁ ପାରିବିନି ଚାଲି 

ଗୋଟିଏ ପାଦ ମୋହରି ।।

ଆସିଅଛି ଆଜି ଏମିତି ସକାଳ 

ପୁରିଛି ମାଆ ର କୋଳ 

ସବିତା, ଧରିତ୍ରୀ ନାମେ ଜନ୍ମ ହୋଇ 

ବାପା ମା' ଙ୍କୁ କଲ ଧନ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics