ଶୁଭ ଦୀପାବଳି
ଶୁଭ ଦୀପାବଳି
ଆନନ୍ଦେ ଆସିଛି ଶୁଭ ଦୀପାବଳି
ଆଲୋକର ପର୍ବ ଏଇ
ପାଳିବା ଆନନ୍ଦେ ଉତ୍ସାହ ମନରେ
ମାଆଙ୍କର ନାମ ଗାଇ ।
ଗଜା ଆଖୁ ସାଥେ କାଉଁରିଆ ଖାଡି
ଦୀପରେ ସଳିତା ଢାଳି
ଡାଙ୍ଗ ଦେଖାଇବା ବଡ ବଡ଼ିଆଙ୍କୁ
ଆଲୋକର ପର୍ବ ପାଳି ।
ମାତା ଶ୍ଯାମାକାଳୀ ବିଜେ ଯେ କରିବେ
ଏ ଧରା ଧାମରେ ଆଜି
ଆଲୋକର ପର୍ବେ ଆନନ୍ଦ ଲଭିବା
ମାଆଙ୍କ ଚରଣ ପୂଜି ।
ବଡବାପା ଦାଦା ଭାଇ ବନ୍ଧୁ ଯେତେ
ଘେନ ମୋର ନମସ୍କାର
ଛୋଟକୁ ଯେ ସ୍ନେହ ଶ୍ରଦ୍ଧା ଆଉ ପ୍ରେମ
ସାଙ୍ଗଙ୍କୁ ଶୁଭେଚ୍ଛା ମୋର ।
ଶୁଭ ଦୀପାବଳି ଶୁଭମୟ ହେଉ
ଘେନ ମାଗୋ ଏହି ଅଳି
ତୁମରି କୃପାରୁ ହେ କରୁଣାମୟୀ
ରୋଗ ଶୋକ ଯାଉ ଜଳି ।
