Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics

3.0  

Sadananda Sahoo

Classics

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
245



ଉତ୍କଳ ବିଭବ ପରମ୍ପରା ବିତ୍ତ 

    ସଂସ୍କୃତିର ଗନ୍ତାଘର , 

ବାରମାସେ ତେର ଉତ୍ସବ ପରବ 

     ଉତ୍କଳୀୟ ଚେତନାର ॥ 

ପୂର୍ବସୁରୀ ଗାଥା ପରଲୋକେ ସତ୍ତା 

    ଦୀପାବଳି ପୁଣ୍ୟ ପର୍ବ , 

ଆଲୋକ ସଂହିତା ପାଳନେ ସଦିଚ୍ଛା 

    ମହନୀୟତା'ର ଭାବ ॥ 

ହେ' ପିତୃ ପୁରୁଷ ସ୍ୱର୍ଗବାସୀଲୋକ 

    ତୂମ୍ଭରି ଦାୟାଦ ଆମ୍ଭେ , 

ସ୍ୱର୍ଗପୁରେ ଥାଇ ଦିଅ ଶୁଭ ଦୃଷ୍ଟି 

    କୁଶଳେ ରହିବୁ ସର୍ବେ ॥    

ଶୁଭ ଲଗନରେ ପ୍ରୀତି ପରଶରେ 

    ଆସହେ ବଡ଼ ବଡୁଆ , 

ତଵପ୍ରତୀକ୍ଷାରେ ଆଶା ଆକାଂକ୍ଷାରେ 

  ଜାଳୁଛୁ ଅନ୍ଧାରେ ନିଆଁ ! !  

ଅମା ଅନ୍ଧକାର ପ୍ରୀତି ସୌହାର୍ଦ୍ଦ୍ୟର 

   ହସ୍ତେ ବନ୍ଦାପନା ଥାଳି , 

ସରଗପୁର'ରୁ ଆସିବକି ଗୁରୁ 

   ନିଇତି ହେଉଛୁ ଭାଳି ! ! 

ଆଲୋକ ପ୍ରଦୀପ ସୌଭାଗ୍ୟ ବିଜୟ 

  ସମୃଦ୍ଧିର ଭବ୍ୟଛବି , 

ଏଇ ଭାରତରେ ଦିବ୍ୟ ଚେତନାରେ 

  ମହା ଅନୁଭବେ କବି ! ! 

ଶୁଭ ଦୀପାବଳି ସଂସ୍କୃତି ବିଭବି 

   ସଭିଁଙ୍କ ହୃଦୟ ଛୁଁଏ , 

ବରଷକେ ଥରେ ଆସେ ସରାଗରେ 

   ପୂର୍ବଜ ଗାଥାକୁ ଗାଏ ! ! 

ପରମ୍ପରାଗତ ପରବ ଏ'ସତ 

   ପୂର୍ବଜ ସ୍ମୃତିର ପ୍ରୀତି , 

ବଡ଼ ବଡୁଆଙ୍କ  ମର୍ତ୍ତ୍ୟ ଆଗମନେ 

   ଜଳି ଉଠେ ଅର୍ଘ୍ୟବତୀ ! ! 

ପୁରାଣ ବର୍ଣ୍ଣିତ କାହାଣୀ ପ୍ରତୀତ 

  ସ୍ଵର୍ଗାଲୋକେ ପୂଜ୍ୟାସ୍ପଦ , 

କୁହୁକର ପେଡ଼ି ଖୋଲିଛି ଭାରତୀ 

   ପ୍ରଥା ପରମ୍ପରା ସିଦ୍ଧ  ! ! 

ପିଷ୍ଟକ ମିଷ୍ଟକ ଦୀପାବଳି ମିତ 

   କୁଳବଧୂ ପରାକାଷ୍ଠା , 

ସ୍ଵହସ୍ତେ ଗଢଇ କାକରା ଆରିଶା

   ତ୍ୟାଗପୂତ ତା'ର ନିଷ୍ଠା ! ! 

ପୂଜିବ ପ୍ରୀତିରେ କୁଳବଧୂ ସତେ 

    ଭକତି ପସରା ମେଲି , 

ସୁକଲ୍ୟାଣ କର ପୂର୍ବଜ ପୁରୁଷ 

   ପାରିବନି ସେ'ଯେ ଭୁଲି ! ! 

ଶୁଭ ଆଶିର୍ବାଦ ଦିଅ ଦିବଂଗତ 

   ଆମ୍ଭେ ତଵ ଅଂଶୀଦାର , 

ସୌଭାଗ୍ୟ ବିଜୟ ହୋଇଲେ ଆମ୍ଭର 

   ଝରିବ ଅମୃତ ନୀର ! ! 

ମହା ଆଲୋକରେ ଆସିବ ଭାସ୍କରେ 

   ଦୀପାବଳି ଖ୍ୟାତି ପାଇଁ , 

ଝୋଟିଚିତା ଆଙ୍କି ରହିଚି ମୁଁ'ଚାହିଁ 

   ଉପବାସେ କୁଳସାଇଁ ! ! 

ମାଆ ମହାକାଳୀ ସୁଖ ଦିଅ ଢାଳି 

   ତୁମ୍ଭରି ଆଶ୍ରିତ ଆମ୍ଭେ , 

ଏମର୍ତ୍ତ୍ୟ ପୁରରେ ତଵ ନାମ ଭାସେ 

   ଭରସାରେ ଅଛୁ ଅମ୍ବେ ! ! 

ଆଲୋକର ପର୍ବ କରିବ ଦହନ 

   ଗର୍ବ ଅହଂକାର ହିଂସା , 

ସଂପର୍କର ଭାବ ହେବତ ବଳିଷ୍ଠ 

   ଦୁରୀଭୂତ ହେବ ଈର୍ଷା ! ! 

ହେ'ବଡ଼ ବଡୁଆ ସ୍ମୃତିର ଦୁନିଆଁ 

   ଜଗତର ସ୍ନେହିଁ ବନ୍ଧୁ ,

କର ପୁଷ୍ପବୃଷ୍ଟି ସରଗୁ ନିକ୍ଷେପି 

   ତୁମ୍ଭେ ପରା କୃପାସିନ୍ଧୁ ! !

 ସ୍ଵର୍ଗାବତରଣ କର ଶାନ୍ତି ଦୂତ 

   ଦୀପାବଳି ମହୋତ୍ସବେ , 

ବଡ଼ ବଡୁଆର ସାର୍ଥକତା ରଖ 

   ତଵ ପାଦ ପଡୁ ଭବେ ! ! 

ଶୁଭ ଆଶୀର୍ବାଦ କରିବ ନିଶ୍ଚୟ 

   ସ୍ଵର୍ଗବାସୀ ପୂର୍ବସୁରୀ , 

ତଵ ସୁକଲ୍ଯାଣେ ରହିବୁ କୁଶଳେ 

    ହରିନାମ ତୁଣ୍ଡେ ଧରି ॥ 


Rate this content
Log in

Similar oriya poem from Classics