STORYMIRROR

Sadananda Sahoo

Romance

3  

Sadananda Sahoo

Romance

ଶୁଭ ବିବାହ ସାଦରେ ନିମନ୍ତ୍ରଣ

ଶୁଭ ବିବାହ ସାଦରେ ନିମନ୍ତ୍ରଣ

1 min
392


ସମାଜିକ ଛବି ବିବାହ ସମୃଦ୍ଧି

   ପ୍ରଥା ପରମ୍ପରା ବିତ୍ତ ;

ଦୁଇ ହୃଦୟର ଅପୂର୍ବ ମିଳନ

   ସଂଯୋଗର ମହାସୁତ୍ର !!

ଆମ ସୁନାକନ୍ୟା ସୁଚିତ୍ରା ସମ୍ପଦା

     ଅଲିଅଳି ନିରିମାଖି ;

ବିବାହ ବେଦୀରେ ବସିବ ସରାଗେ

    ଦଶ ଦିଗପାଳ ସାକ୍ଷୀ !! 

ସାଦରେ ଆଦରେ ନିମନ୍ତ୍ରଣ ବାରେ

     ବନ୍ଧୁ ପରିଜନ ବର୍ଗ ; 

ନଵ ଦମ୍ପତିଙ୍କୁ ଆଶ୍ରିବାଦ ଦେବ

    ଆକାଶୁ ଝରିବ ପୁଷ୍ପ. !! 

ମିଥୁନ ସପ୍ତମୀ କୃଷ୍ଣପକ୍ଷ ତିଥି

    ଜୁଲାଇ ଏକ ତାରିଖ ;

ଶୁଭବେଳା ଲଗ୍ନ ପାଣି ଗ୍ରହଣର

   ଶୁଭାକାଂକ୍ଷୀ ମନେରଖ. !! 

ବ୍ରଜ ଜୟନ୍ତୀଙ୍କ କନିଷ୍ଠ ଦୁଲଣୀ

    ସୁଚିତ୍ରା ସୁକନ୍ୟା ମଣି ; 

ରୀତେଶ ସହିତ ସଂସାର ଗଢିବ

   ବିଧାତା ସଂଯୋଗ ଜାଣି !!

କାମାକ୍ଷା ନଗର ତଳଗୋରଡ ଗ୍ରାମ

    ବ୍ରଜ କିଶୋର ନିବାସ. ;

ମହାର୍ଘ୍ଯ ତିଥିରେ ଆସିବ ସଭିଏଁ

    ଉଛୁଳି ପଡିବ ହସ. !! 

ମାଧବ ଚାରୁଙ୍କ ସୁଯୋଗ୍ୟ କୁମର

     ରୀତେଶ ସୁପୁତ୍ରଦେବ ; 

ବିବାହ ବେଦୀରେ ବସିବ ସରାଗେ

     ସୁଚିତ୍ରାର. ହେବ ସଙ୍ଗ. !! 

ଯାଜପୁର ଜିଲ୍ଲା ସୁବ୍ରହ୍ମବରଦା

    ସୁଚିତ୍ରାର ଶାଶୁଘର. ; 

ପ୍ରସ୍ଥାବେ ଗୃହୀତ ବିବାହ ସଂଯୋଗ

    ବିଧାତା ଲେଖନୀଗାର. !!

ମାଧବ ନିବାସେ ସୁଚିତ୍ରା ହସିବ

    ସାଜି ସୁନା ବୋହୂରାଣୀ ;

ନିରିମାଖୀ ଫୁଲ ହସୁ ସବୁଦିନ

   ସର୍ବେ ହେବୁ ମହାଋଣୀ !!

ଜଗତର ନାଥ ହୋଇବ ସଦୟ

    ବାବୁଲି ସୁଚିକୁ ଆମ. 

ଦାମ୍ପତ୍ୟ ଜୀବନ ହେଉ ସୁଖମୟ

    ଶୁଭାଶିଷ ଦିଅ ଦେବ. !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance