Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Romance Classics

3.0  

Sadananda Sahoo

Romance Classics

ଶୁଭ ଅବକାଶ ଶୁଭ ପରିଣୟ

ଶୁଭ ଅବକାଶ ଶୁଭ ପରିଣୟ

1 min
223



ଶୁଭ ଅବକାଶ ଏ ଶୁଭ ବିବାହ 

  ଜୀବନର ଚିର ଛବି ; 

ଶୁଭ ଲଗନରେ ପ୍ରୀତି ପରଶରେ

  ହସଫୁଲ ତୋଳେ କବି ! ! 

କୁଳର ନନ୍ଦନ ପ୍ରଦୀପ ସୁପୁତ୍ର 

   ଆଶାର ଆଲୋକ ଧାରା , 

ପ୍ରୀତି ପରଶରେ ଶୁଭ ଲଗନରେ 

    ଗଢିଛି ସଂସାର ପରା ! ! 

ପ୍ରଦୀପକୁ ଶୁଶ୍ରୀ ବିଧାତା ଯୋଡିଛି

    ଉଚ୍ଛୁଳି ପଡୁଛି ପ୍ରୀତି ,

ପୀତବାସ ପିତା ଗୁଣବାଳା ମାତା 

   ଖୁସିରେ ବିଭୋର ଆଜି ! ! 

ନାଥ. କୂଳ ବଧୂ ସାଜିଛି ସୁଦୀପ୍ତା

   ମଥାରେ ପାଟ ଓଢ଼ଣୀ; 

ନିରଞ୍ଜନ ପିତା ସରସ୍ଵତୀ ମାତା

   ଉଦାର ହୃଦୟ ମଣି ! ! 

ହେ ପ୍ରୀୟା ସୁଦୀପ୍ତା ସମ ଭାବପନ୍ନା 

    ସର୍ବ ପ୍ରିୟଜନ ଖୁସି , 

ସରଗର ଚାନ୍ଦ ପାଇଛି ଆଜ

   ଜୀବନ.ଜୀଇଁବି ହସି ! ! 

ବିବାହ ବେଦୀରେ ପ୍ରୀତିଛବି ଭାସେ 

    ସ୍ମୃତିର ଅଭୁଲା ଦିନ , 

ହେ' ପ୍ରିୟା ସୁଦୀପ୍ତା କୁଳର ଗାରିମା 

     ଅଜାଡିବ ପ୍ରୀତି ଫୁଲ ! ! 

ସୁନେଲି ସଂନ୍ଧ୍ୟାର ଏ'ଶୁଭ ଆସର 

   ମହା ମିଳନର ପର୍ବ , 

ଶୁଭେଚ୍ଛୁ ଅତିଥି ଢାଳ ହେ' ପୀରତି 

    ନଵ ଦମ୍ପତି କୁ ଆଜ ! ! 

ହେ'ନୀଳ ମାଧବ. ସହାୟ ହୋଇବ

     ଭରି ଦେବ ସୁଖ ଶାନ୍ତି , 

ପ୍ରଦୀପ ସୁଦୀପ୍ତା ତଵ ପୁତ୍ର କନ୍ୟା

   ଅରଜିବେ ଯଶ କୀର୍ତ୍ତି ! ! 

 



Rate this content
Log in