STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଶୁଆ 

ଶୁଆ 

1 min
1


ଝରକା କାଚ ଫାଟି ଆଁ କରିଥିଲା 
କିଏ ଏମିତି କଲା 
ଶୁଆ ଆସି ସବୁଦିନ ଥଣ୍ଟ ମାରୁଥିଲା 
ଆଉ ରଖିହେଲାନି ପିଞ୍ଜରା ବଦ୍ଧ ଶୁଆକୁ 
ହୁଏତ ତା ସାଥି ଖୋଜୁଥିଲା 
ମୌସୁମୀ ଆସିଗଲା 
ତ ଏକାକୀ ଜୀବନ କେମିତି କଟାଇବ ଭଲା 
ସେ ଜାଣିଥିଲା 
ଏଇ ଘରୁ ମିଠୁ ଡାକଛାଡୁଥିଲା 
ମହାବାହୁ ପ୍ରାଣୀ ଜୀବନ ମୁକ୍ତି ପାଉ 
ସାଥି ଶୁଆ ମୁକ୍ତି ଦେବାକୁ ଆସିଯାଇଥିଲା 
ସବୁ କରି କରାଉଥାଆନ୍ତି ଉପରବାଲା 
ନାହିଁ କରିବାକୁ ତୁ କିଏ ନା ମୁଁ 
ଶୁଆକୁ ଉଡେଇଦିଆଗଲା 
ପ୍ରକୃତି ଓ ପୁରୁଷର ଋତୁ ମିଳନ ପରେ 
ପୁଣି ଶୁଆ ଆସିଯାଇଥିଲା 
ମାୟା ଓ ମୋହ ମନେ ମନେ ଠିଆପାଲା
କିଏ ଜିତିବ ଜଣାଥିଲା 
ପିଞ୍ଜରାବଦ୍ଧ ଶୁଆ ରାମ ନାମ ଘୋଷୁଥିଲା 
ଜେଜେମାଆ ମାଳି ଗଡେଇ ଚାଲିଥିଲା 
କାଚ ଝରକା ନୂଆ ଲାଗୁଥିଲା
ଜେଜେମାଆ କହୁଥିଲେ ଶୁଆ ରଥ ଦେଖିବାକୁ 
ଯିବ କି ନା କହିଲୁ ନାତିଆ ଭଲା 
ମୁନା ରଥଚିତ୍ର ଆଙ୍କି 
ଶୁଆକୁ ଦେଖେଇଚାଲିଥିଲା
ଜେଜେମାଆ ଖୁବ ହସୁଥିଲା 
ମୁନା ଆବାକାବା ହୋଇ ଶୁଆ ଓ ଜେଜେମାଆ 
ଉଭୟଙ୍କୁ ଟିକେ ଟିକେ ଚାହିଁ 
ସେ ବି ହସି ଦେଉଥିଲା 
ଜଗନ୍ନାଥ ଚକାନୟନ ଶୁଆ କହୁଥିଲା 
,,,,,,,,,,,,,


Rate this content
Log in

Similar oriya poem from Classics