ସବୁଥିରୁ ବଞ୍ଚିତ କରି
କୋଉ ଯଶ ବାନା ଉଡାଇବ
ହେ ଜଗଦୀଶ୍ଵର
ସ୍ତ୍ରୀ ଧର୍ମ ସ୍ୱାମୀ ସନ୍ତାନ
ସ୍ତ୍ରୀ କର୍ମ ସେମାନଙ୍କ ଉର୍ନ୍ନତି ସାଧନ
ଏସବୁରେ ବାଧା ଦିଅନା ଠାକୁର
ପାଖେ ପାଖେ ଠିଆ ହୋଇଛ ଭକ୍ତର
କେମିତି କହିବ କିଏ ତୁମେ ବଧିର
ହେ ଜଗଦୀଶ୍ୱର
ତୁମ ସାହା ସହଯୋଗ ଆଶୀର୍ବାଦ ପାଇ
ଏତେବାଟ ଆସିଛି ପ୍ରଭୁ ଭକତ ଧାଇଁ
ମନେ ଭାବିଛକି ବାଟ ମଝିଟାରେ
ଠିଆ କରି ବାଟ ବୁଡ଼ାଇବ
ହେ ଜଗଦୀଶ୍ଵର
ତୁମ ଦାନ ନିଶ୍ଵାର୍ଥପର
ଭକ୍ତ ହସ୍ତ ଶୁନ୍ୟ ଭକ୍ତି ଭାବ ପାତ୍ରର
ତୁମ ଦୟା ଏମିତି ରହୁ ବସିବାଠୁ ଜୀବନ ଯାଉ
ହେ ଜଗଦୀଶ୍ଵର
କାଳ କାଳ କଥା ରହିଥାଉ
ଭକ୍ତ ଓ ଭଗବାନ ସମ୍ପର୍କ ସ୍ବର୍ଗୀୟ
ଆଚାର ବିଚାର ଅତି ମହନୀୟ
ନଲାଗୁ କାଳି ଏତିକି ଅଳି
ହେ ଜଗଦୀଶ୍ଵର
ତଵ ଦୟା ରହିଥାଉ ଭକ୍ତି ଭାବ ଦେଖି
ଭକ୍ତ ମୁଣ୍ଡ ଉପର
ହେ ଜଗଦୀଶ୍ଵର