ଏମିତି କାହିଁକି ଲାଗେ ସକାଳ
ଯେମିତି ଫୁଲ ସହ ଇଶ୍ୱର ଚଳଚଞ୍ଚଳ
ଫୁଲ ତୋଳି ଆଣି ସଅଳ
ଇଶ୍ଵରଙ୍କୁ ହାତ ପାଖେ ପାଇବା ବେଳ କାଳ
ଫୁଲ ଏତେ ସୌଭାଗ୍ୟବତୀ କେତେ ଆକୁଳ
ପାଇବାକୁ ଇଶ୍ୱରଙ୍କ ମଥା ଅବା ପାଦ ବ୍ୟାକୁଳ
ଖାଲି କଣ ଏତିକି
ଫୁଲ ନୁହେଁ ଏକମାତ୍ର ସାନିଧ୍ୟ ବକଳ
ଟୋପେ ଲୁହ ଇଶ୍ଵରଙ୍କୁ କରାଏ ବିକଳ
ହଲଚଲ ହୋଇଯାଆନ୍ତି ଅଥଳ ଅଚଳ
ମହାମେରୁ ହୁଅନ୍ତି ଗରୁ
ପୁଣି କେବେ ରୂପେ ଉଭା ଗୁରୁ
ପାଶେ ପାଶେ ରଖିବାକୁ ଲୁହ କାକତାଳ
ରଥ ଅଟକିଗଲା ସାଲବେଗଙ୍କ ପାଇଁ
ଭୋଗଥାଳି ବନ୍ଧୁ ମହାନ୍ତିଙ୍କୁ ଟେକି ଦେଇ ସାଇଁ
ଇଶ୍ଵର ଭଲପାଇ ପାରନ୍ତି ସକଳ
ଭାଙ୍ଗନ୍ତି କିନ୍ତୁ ରାଗ ଦ୍ୱେଷ ବାହୁବଳ
ଯୋଡନ୍ତି ସମ୍ପର୍କ ସେତୁ ରୋଳ
ସବୁର ଉର୍ଦ୍ଧରେ ଇଶ୍ଵର କେବଳ
ବୁଦ୍ଧି ବଳ କାକତାଳ ସବୁ ପରେ ଆକୁଳ
ଲୁହର ଗଭୀରତା ମାପୁ ମାପୁ
ଇଶ୍ଵର ହୁଅନ୍ତି ବିକଳ ମହାମେରୁ ଅଚଳ ଅଥଳ
ଶୀଳରୁ ହୋଇ ଶାଳ
ରଖନ୍ତି ମଣିମା କଳ ବଳ କୌଶଳ
ସତରେ ଇଶ୍ଵର ନିଜେ ପୁରୁଷ ତତ୍କାଳ