STORYMIRROR

Sarojini Jena

Inspirational

3  

Sarojini Jena

Inspirational

ଶୁଆ ଶାରୀ ଗାଥା

ଶୁଆ ଶାରୀ ଗାଥା

1 min
198


ଶୁଆ କହେ ଶାରୀ 

ଶୁଣ ମୋର ବାଣୀ,

କାନ ଡେରି ଥରେ 

ଶୁଣୁ ତୁ କାହାଣୀ...


ଟିକି ସଂସାରଟେ

ଆମେ ରଚି ଥିଲେ,

ସେ ସଂସାରେ ଥିଲେ

ତୁ,ମୁଁ, ଦୁଇ ପିଲେ...


ପିଲେ ଆଜି ହେଲେ ବଡ଼

ଲାଗିଲା ତାଙ୍କର ପର,

ସୁଖ ଦୁଃଖ ଭରା ସଂସାର ଆମର

ହସୁଥିଲା ଆମ ନୀଡ଼...


ଭାବିଥିଲେ ଦିନେ ପିଲେ 

ହେବେ ପରା ଭଲ ମଣିଷ,

କେତେ ସ୍ବପ୍ନ ଭାସୁଥିଲା ସତେ 

ବଡ଼ ହୋଇ ଚାଲିଗଲେ ବିଦେଶ..


ଆଖିର ସପନ ଆଖିରେ ରହିଲା 

ମନରେ ଆସିଲା କୋହ,

ପିଲା ଦିହେଁ ଗଲେ ପର ରାଇଜକୁ

ଭୁଲିଲେ ପିତାମାତା ମୋହ.....


ଆଜି ମୁହିଁ ବସି ନିରବେ ନିରବେ

ଭାବୁଛି ସେ ପୁରୁଣା ଦିନ,

କିଚିରି ମିଚିରି ଶବଦରେ ଦିନେ

ଭରୁ ଥିଲା ଆମ କାନ.........


ଉଡି ଗଲେ ସିଏ ଲାଗିଗଲା ପର

ରହିଲେ ଆମଠୁ ଦୂର,

ଯେତେ ଦୂରେ ଥାନ୍ତୁ ପର କରି ଦ୍ୟନ୍ତୁ

ତାଙ୍କ ପରେ ଥାଉ ଆଶୀର୍ବାଦ ତୋର ମୋର


ତୁ ମୋର ପ୍ରାଣ ମୁଁ ତୋ ଜୀବନ

ଦୁହେଁ ତ ଦୁହିଁଙ୍କ ସାଥି,

ସାତଜନମର କାହାଣୀ ଆମର

ଅକୁହା ସାଇତା ପ୍ରୀତି.........


ଲୁହ ପୋଛି ଦେ ଆଖିରୁ ତୋହର

ରହିଛି ତୋ ପାଶେ ମୁହିଁ,

ପିଲାଙ୍କୁ ଆମର ଶତ ସ୍ନେହ ଢାଳି

ତାଙ୍କ ପଥ ଥିବା ଚାହିଁ........


ଫେରିବେ ସେ ଦିନେ ଏ ନୀଡ଼କୁ ପୁଣି

ହେଲେ ନଥିବା ଆମେ ତାଙ୍କ ପାଶେ,

ହୃଦୟ ତାଙ୍କର ନିଶ୍ଚେ ଝୁରିହେବ

ଖୋଜିବେ ମନାକାଶେ.....


ଆଜି ମୁଁ ତୋ ପାଶେ ତୁ ମୋର ପାଶେ

ଦୁହେଁ ତ ଦୁହିଁଙ୍କ ସାହା,

ଏ ଆଖିରୁ ଆଉ ଲୁହ ଗଡାନାହିଁ

ଏକା ଚକାଡୋଳା ସାହା...... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational