STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଶତଦଳ

ଶତଦଳ

1 min
236


ଉଚ୍ଚ ମୂଲ୍ୟବୋଧ ସମ୍ପର୍କ ସମ୍ବନ୍ଧ 

ସୁବୋଧ ଉତ୍ତମ ବ୍ୟବହାର 

ସରସ ସୁନ୍ଦର ସରଳ ଭାବନା 

ସୁସାହିତ୍ୟେ ହୁଏ ଉଜାଗର । 

ଗଦ୍ୟ ପଦ୍ୟ ଗଳ୍ପ ମାନସ କଳ୍ପନା

 ରୂପ ରସେ ଛନ୍ଦେ ଲେଖକ କବି

ସାହିତ୍ୟ ଅଟଇ ସମାଜ ଦର୍ପଣ

ସମାଜ ନିଚ୍ଛକ ବିମଳ ଛବି ।

ସାହିତ୍ୟ ସଂସ୍କୃତି ଜୀବନ ମହକ

ବିଶ୍ଵ ଅଟେ ଏକ ପରିବାର

ଆପଣା ଓ ପର ସଭିଏଁ ସମାନ

ନୁହେଁ କେହି ଏଠି ସାନ ବଡ଼ ।

ଗୁରୁ ଗୁରୁଜନ ଗୁଣର ସମ୍ମାନ

ସୁଷମ ବ୍ୟବସ୍ଥା ସଂଗଠନ

ସୁ ସଂସ୍କୃତି ପ୍ରତି ନିଷ୍ଠା ଓ ଆଦର୍ଶ

ସଭ୍ୟ ସାମାଜିକ ନିଦର୍ଶନ ।

ବିବେକ ସୂରୁଜ କରଇ ଉଦିତ

ସୁସାହିତ୍ୟ ପାଠ କାବ୍ୟ ଶାସ୍ତ୍ର

ସମଦର୍ଶୀ ଭାବେ ସୁଅନ୍ତକରଣେ

ବିସ୍ତାରିତ ହୁଏ ଲକ୍ଷ୍ୟ ପଥ ।

ସୁପ୍ରାଚୀନ ଆମ ବିବିଧା ସଂସ୍କୃତି

ଜ୍ଞାନ ଓ ବିଜ୍ଞାନେ ସମୁଜ୍ଜ୍ୱଳ

ଆମ ସୁକର୍ତ୍ତବ୍ୟେ ଉତ୍ତର ଦାୟୀ ତ୍ୱେ

ବିକଶୁ କମଳ ଶତଦଳ ।



Rate this content
Log in

Similar oriya poem from Classics