ଶତ ପ୍ରତିଶତ
ଶତ ପ୍ରତିଶତ
ଝୁଣ୍ଟି ଝୁଣ୍ଟି ସାରା ପଥପ୍ରାନ୍ତ
କେତେ ଆଘାତ ପ୍ରତିଘାତ ଘାତ
ବୁହେ ନାହିଁ ଟିକିଏ ବି ରକ୍ତ
କାରଣ ସବୁ କ୍ଷତ ଦିଶେନା ହୁଏତ
ରକ୍ଷା ପାଏ ଜଗନ୍ନାଥଙ୍କୁ କରି ପ୍ରଣିପାତ ।
ଜୀବନର ଯେତେ ସବୁ ସହଜ ସରଳ ସୂତ୍ର
ପଡିଉଠି ମନେରଖି ଗାଏ କିଏ ଗୀତ
କା ପାଇଁ ସମାହିତ ପୁଣି ଅସମାହିତ
ରାସ୍ତା ସାରା ଯନ୍ତ୍ରଣାର ଦୈବୀ ବିତ୍ପାତ
ଚରଣେ ଶରଣ ଦିଅ ଆହେ ଜଗନ୍ନାଥ ।
କିଏ ଏଠି ଗାଏ ବସି ବିରହୀ ସଂଗୀତ
ସଜାଡୁଥାଏ କାଟିକୁଠା ଦେଇ କେ ପରସ୍ତ
କିଏ ବି ଫିଙ୍ଗିଦେଇଛି ପୃଷ୍ଠା ଅପର୍ଯ୍ୟାପ୍ତ
ମଧୁଝରା ଲଗନେ ପାହାନ୍ତି ଶିଶିରେ ସିକ୍ତ
ଦର୍ଶନେ ବଢାଇ ମହତ୍ୱ ହୋଇ ପରିତୃପ୍ତ ।
ତଥାପି ପାଦ ବଢୁଛି ଆଗକୁ ପର୍ଯ୍ୟାପ୍ତ
ଫର୍ଦ ବଢୁଛି ବହିର ଦୁଃଖ ସୁଖରେ ମିଶ୍ରିତ
ଚକାଆଖି ତୁମକୁ ଚାହିଁ କିଛି ପ୍ରଶମିତ
ଶହେରୁ ଶହେ ପାପପୂଣ୍ୟର ତୁମେ ବିଚାରବନ୍ତ
ସଂସାର ଟା କୁହେଳିକା ଶତ ପ୍ରତିଶତ l
