STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଶରତ ଆସୁଛି

ଶରତ ଆସୁଛି

1 min
320


ଶରତ ଆସୁଛି ବୋଲି ହସୁଛି ଧରା ।

ନଦୀ ତୀରେ କାଶତଣ୍ଡି ନାଚୁଛି ପରା ॥୧॥

ଶରତ ଆସୁଛି ଏବେ ବରଷା ଗଲା ।

ସୁନୀଳ ଆକାଶ ରମଣୀୟ ଦିଶିଲା ॥୨॥

ଦିବ୍ୟ ଜ୍ୟୋତି ଧରିିଅଛି ଆକାଶଏବେ ।

ତରୁଲତା ନାଚୁୁଛନ୍ତି ଦେଖ ସରବେ ॥୩॥

ଫଳ ପୁଷ୍ପେ ଶୋଭିତ ସେ ଅଛନ୍ତି ହୋଇ ।

ସୁନୀଳ ଶରତ ଚିିତ୍ତ ତୋଷୁଛି ରହି ॥୪॥

ଧରା କି ହେଲା ଜାଗ୍ରତ ସୁଖ ଆସରା ।

ନଦୀ ତୀରେ କାଶତଣ୍ଡି ନାଚୁଛି ପରା ॥୫॥

ବଳାହକ ଧାଡି ଧାଡି ଉଡି ନପାରି ।

ଦୋଳାୟମାନ ହୁଅନ୍ତି ଲାଗେ ସେପରି ॥୬॥

ସବୁଜିମା ଭରା ଲାଗେ ସାରା ଜଗତ ।

ସତେ କି ଦେବୀ ମାଆଙ୍କୁ କରେ ସ୍ବାଗତ ॥୭॥

ମହାମାୟା ଆଗମନୀ ବାର୍ତ୍ତା ପ୍ରଚରେ ।

ଚାନ୍ଦିନୀ ଅମୃତ ଝରେ ରାକା ନିଶିରେ ॥୮॥

ସରଗେ ସେ ସୁଖ କେବେ ମିଳିବ ନାହିଁ ।

ଯାହା ମିଳୁଛି ମରତେ ସରଗେ ନାହିଁ ॥୯॥

କି ସୁନ୍ଦର ଧରା ଗଢିଅଛି ବିନ୍ଧାଣୀ ।

କି ରୂପେ ପାଳୁଛି ତାକୁ ଦିବା ରଜନୀ॥୧୦॥

ଦଣ୍ଡ ପରେ ଦଣ୍ଡ ଦିନ ରାତି ଆସୁଛି ।

ମାସ ଋତୁ ବର୍ଷ ପରେ ପରେ ହେଉଛି ॥୧୧॥

ଖରା ବରଷାର ପରେ ଆସେ ଶରତ ।

ଶରତ ଆଗମେ ହର୍ଷ ହୁଅଇ ଚିତ୍ତ ॥୧୨॥

ସ୍ବର୍ଗ ସୁଖ ଧରାଧାମେ ଆପେ ଆସଇ ।

ମାଆ ଆସୁଛନ୍ତି ଏ ଧରାକୁ ଓହ୍ଲାଇ ॥୧୩॥

ଆନନ୍ଦେ ନାଚୁଛି ଆସୁଅଛି ଶରତ ।

ସବୁ ବର୍ଷ ଆହ୍ଲାଦିତ କରେ ଜଗତ ॥୧୪॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational