STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଶରତ ଆସିଛି ବୋଲି

ଶରତ ଆସିଛି ବୋଲି

1 min
221


ଚତୁର୍ଦ୍ଦିଗେ ଦିଶେ ଶ୍ୟାମଳ କେଦାର

ଶାରଦୀୟ ସମାରୋହ

ଉତ୍ସବ ମୁଖର ପଲ୍ଲୀ ଠୁ ସହର

ବର୍ଷା ଢାଳୁନାହିଁ ଲୁହ I


ପଦ୍ମ ପୋଖରୀରେ କମଳ ହସୁଛି

ଆକାଶେ ସୂରୁଜ ହସେ

ପ୍ରୀତିର ଗଜଲ କାନରେ ପଡୁଛି

ଶରତର ମଧୁମାସେ I


ସଞ୍ଜ ପ୍ରହରରେ ଠୋ ଠୋ ହୋଇ

ଜହ୍ନିଫୁଲ ଫୁଟିଯାଏ

ଗଙ୍ଗ ଶିଉଳୀର ମଧୁର ମହକ

ଦିଗ ଚହଟାଇ ଦିଏ I


ଜହ୍ନ ଆଲୁଅରେ କାଶତଣ୍ଡୀ ହସେ

ସପନ ଖେଳଇ ଦୋଳି

ପଲକ ବିହୀନ ଆଖିତଳେ ଦେଖ

ଖୁସି କରିଲେଣି ମେଳି I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy