STORYMIRROR

Harekrushna Deb Sahoo

Action Fantasy Thriller

3  

Harekrushna Deb Sahoo

Action Fantasy Thriller

ଶରତ ଆଗମନେ ଦଶଭୁଜା

ଶରତ ଆଗମନେ ଦଶଭୁଜା

1 min
136


ମା' ଗୋ ଦଶମତୀ !

ତୁମେ ଗୋ ଦଶଭୁଜା

ଦେବୀ ସିଂହ ବାହିନୀ ଦୁର୍ଗା।



ତ୍ରିଶୂଳ ଧାରିଣୀ ମହିଷାସୁର ମର୍ଦ୍ଦିନୀ, 

ଦୁର୍ଗତିନାଶିନୀ,ମୁକ୍ତି ପ୍ରଦାୟିନୀ ଅମ୍ବା 


ମନ୍ଦାର ଫୁଲ ଫୁଟେ, 

ଦହନା ବାସ ଛୁଟେ,

ମୃଣ୍ମୟ ମୂର୍ତ୍ତୀ ଘଟେ, 

ବିରାଜ ପୁଣ୍ୟ ଘାଟେ, 


ତେଣୁ ତୋ ପୂଜା ଫୁଲ 

ଗୋଟି ଗୋଟି ପଦ୍ମ କଢ

ଫୁଟି କି ମା' ହେଲେଣି ସଜ

ତୋ ଗଳାରେ ଲମ୍ବି ହେବେ ହାର।


ଆମ ଗାଁ ଗଡିଆ 

ପଙ୍କ ପଲଙ୍କ ସେଜେ,

କଇଁ ଫୁଲଟି ଫୁଟି,

ପଡିଛି ଲୋଭେ ଲୋଟି ।


ତୋ ପାଇଁ ସିନା ପଙ୍କଜ

ସ୍ବର୍ଣ୍ଣ ହୀରକ ହାର ସମ,

ଗଳାରେ ସଜ ବାଜ ।


ସାତସୁରେ ସ୍ଵର ଅମୃତ 

ଶଙ୍ଖ ହୁଳହୁଳି ନାଦ, 

ତା ସଙ୍ଗେ ଘଣ୍ଟ ଶବଦ ।


ସାତରଙ୍ଗ ରଙ୍ଗେ ସିନ୍ଦୂର,

ସକାଳ ଶୋଭାବନେ କାକର,

ତୋ ବିଶ୍ଵରୂପ ! ମା' ବିଶ୍ୱରୂପା !! 

ଜନନୀ ତୋ ବିଶାଳ ଆକାର ।

ଦେଖି,

ଇନ୍ଦ୍ରଧନୁ ଦୃଶ୍ୟ ମେଘ ମଣ୍ଡଳେ

ଢାଳେ,

ଅସୀମ ଆକାଶେ ରଙ୍ଗନ ଅବିର 

ନାଚେ,

ତୋ ଶାରଦୀୟ ପାର୍ବଣେ ମୟୂର ।


ନିତ୍ୟ ତୋ ସେବାରେ,

ପ୍ରକୃତି ପରସି ଦିଏ,

ନା ନା ବିଧ ଉପହାର ।


ତ୍ରିଶୂଳ ଧାରିଣୀ ମହିଷାସୁର ମର୍ଦ୍ଦିନୀ, 

ଦୁର୍ଗତିନାଶିନୀ,ଦେବୀ ସିଂହବାହିନୀ ମା' ଦୁର୍ଗା।

ମାତା ମହାଗୌରୀ ସ୍ବରୂପା ।


ବସ୍ତ୍ର ଅଙ୍ଗ ଆଭୂଷଣ ଲୋଭ ସମର୍ପି

ମା' କାଳରାତ୍ରୀ ଲଜ୍ଜା ସଙ୍କୋଚ ଅର୍ପି;


ପୃଥିବୀ ପୃଷ୍ଠରୁ ରାକ୍ଷସ ଵିନାଶୀ

ମା' କାତ୍ୟାୟନୀ !

ପାପ କରିଣ କ୍ଷୟ, 

ମା କୁଶଙ୍ଗାଇ ସିଂହ ବାହିନୀ !

ପୁଣ୍ୟ ନଗ୍ନ ବିଗ୍ରହ ପ୍ରତିଷ୍ଠା,

ଘେନ ପ୍ରଣତି ଆଦିମାତା ।

ଆସ ମା' ଗୋ ଏ ଧରା ଧାମେ,

ତୁମ ଅପେକ୍ଷାରେ ନରନାରୀ ଦେବତା 

ମରତେ ଦିଅ ଗୋ ଢାଳି ଆଶୀଷ ଦେବୀ ମା' ସ୍କନ୍ଧମାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action