ସହରରେ ଶ୍ରାବଣ
ସହରରେ ଶ୍ରାବଣ
ଆଷାଢ଼ ହେଉକି ଧାରା ଶିରାବଣ
ସହରର ଯାଏ କେତେ
ଏଠିକା ଲୋକଙ୍କ ବ୍ଯସ୍ତତା ଜୀବନ
ରୋଜଗାର ନିଜ ହିତେ।
ପରକଥା ପର ସେବା କରିବାକୁ
ସମୟ ନ ଥାଏ ମୋଟେ
ସହର ସଭ୍ଯତା ଅରଥ ଅଛି ତ
ମୁଖରେ ହସଟି ଫୁଟେ।
ସହରରେ ଯେବେ ବରଷା ହୁଅଇ
ଦରକାର ନାହିଁ କା'ର
ସୁଖିଲା ଅରଥ ପାଉଥିବା ଯୋଗୁଁ
ବ୍ଯବସାୟ ନିରନ୍ତର।
ସହର ଭିତରେ ବରଷାର ପାଣି
ବଢି଼ଯାଏ ବହୂଦୂର
ଜଣେ ହେଲେ କେହି ବରଷା ବଢି଼ରୁ
ଅଟକାଏ ନାହିଁ ନୀର।
ଶଙ୍ଖ ମଲମଲ ପକ୍କା ସଡ଼କରେ
ବୋହିଯାଏ ତତକ୍ଷଣେ
କାଦୁଅ ଅଥବା ପାଣି ଟୋପେ ମଧ୍ଯ
ରହି ନ ଥାଏ କେ' ସ୍ଥାନେ ?
ସହରକୁ ଆସି ଶିରାବଣ କାନ୍ଦେ
ଲକ୍ଷ୍ଯ ଓ ଉଦ୍ଦେଶ୍ଯ ତାର
ଉଦଭିଦ ଅବା ପରାଣୀ ମାନଙ୍କ
ମଙ୍ଗଳ ହୁଏନି ନୀର।
ଶିରାବଣ ସିନା ଲୁହ ଗଡା଼ଉଛି
ବରଷାକୁ ଢାଳି ଦେଇ
କାହାର ମଙ୍ଗଳ ହେଉନାହିଁ ବୋଧେ
ସେ ପାଇଁ ଯାଉଛି ବୋହି।
ବ୍ଯବସାୟ ଯା'ର ଇଛା ଆଉ ଆଶା
ଶିରାବଣ ନାହିଁ ଲୋଡା଼
ସାମାନ୍ଯ ବରଷା ହେଲେ ହିଁ ଚଳିବ
ବରୱେଲ୍ କିନ୍ତୁ ଛିଡା଼।
ବିନା ବରଷାରେ ଜଳ ପିଉଛନ୍ତି
ଗୋଳିଆ ଶିରାବଣର
ଗାଧୋଇବା ତାଙ୍କ ଜାତକରେ ନାହିଁ
ପରତି ମାନବଙ୍କର।
ଖରା ଶୀତ ଆଉ ବରଷା ସହରେ
ସମାନତା ଆଣିଥାଏ
ଶିରାବଣ ତାଙ୍କୁ କି ସୁଖ ଦେବକି
ଠିଆ କିଆଁ ତେଣୁ ହୁଏ ?