STORYMIRROR

Pradipta Sundar Rath

Inspirational Children

3  

Pradipta Sundar Rath

Inspirational Children

ଫେରିଆସନା ବାପୁ ପୁଣିଥରେ

ଫେରିଆସନା ବାପୁ ପୁଣିଥରେ

1 min
152


ଫେରିଆସନା ବାପୁ ପୁଣିଥରେ 

       ତୁମର ଏହି ଶୁଭ ଲଗନେ 

   ହାତ ଧରି ଥରେ 

ଶିଖାଇ ଦିଅ ମୋତେ

        ଚାଲିବାକୁ ହୁଏ

  କିପରି ଅଂହିସାର ପଥେ

 ଫେରିଆସନା ବାପୁ ପୁଣିଥରେ 

         ତୁମର ଏହି ଶୁଭ ଲଗନେ ।


ଅସହଯୋଗ ଭାରତ ଛାଡ

    ଆଇନ ଅମାନ୍ଯ ଆନ୍ଦୋଳନ 

କରୁଥିଲ କିପରି ଅଂହିସାର ସୁରେ 

   ଥିଲା ଯେବେ ବିରୁଦ୍ଧ ରେ 

     ଗୋରା ଶଇତାନ

ଫେରିଆସନା ବାପୁ ପୁଣିଥରେ 

       ତୁମର ଏହି ଶୁଭ ଲଗନେ 

     ହାତ ଧରି ଥରେ

ଶିଖାଇଦିଅ ମୋତେ 

       ଆନ୍ଦୋଳନ କରିବାକୁ ହୁଏ 

   କିପରି ଦେଶର ସଂପତ୍ତି କୁ ରଖି ଅକ୍ଷୁର୍ଣ୍ଣ 

( ଦୁଃଖ ତୁମକୁ ଲାଗିପାରେ କିନ୍ତୁ ଆଜି ବି ନିଜେ ବାଛିଥିବା ସରକାରକୁ ବିରୋଧ କରିବାପାଇ

ଁ ଜନତା ହିଂସାର ସାହାରା ନିଏ)


ଶିଖାଇ ଦିଅ ଥରେ

        ଚାଲିବାକୁ ହୁଏ 

   କିପରି ଅଂହିସାର ପଥେ 

ଫେରିଆସନା ବାପୁ ପୁଣିଥରେ 

         ତୁମର ଏହି ଶୁଭ ଲଗନେ ।


ହେ ଜାତିର ପିତା ହେ ବୀର ନେତା

  ବିନା ପ୍ରତ୍ୟାଶାରେ ବିନା ପଦ ଲୋଭରେ 

      ତୁମେ ବୁଝିଥିଲ ରାଜନୀତିର ମର୍ମ 

ଶିଖାଇ ଦିଅନା ଥରେ

       ନେତା ହେବାକୁ ହୁଏ

   କିପରି ନିସ୍ବାର୍ଥପର ଭାବେ 

    ରଖି ସଭିଙ୍କ ମାନ ।

 (ଦୁଃଖ ତୁମକୁ ଲାଗିପାରେ କିନ୍ତୁ ରାଜନୀତି କହିଲେ ଏଠି ଜନତା ଦୁର୍ନୀତିକୁ ହିଁ ବୁଝେ )


ଶିଖାଇ ଦିଅ ଥରେ

        ଚାଲିବାକୁ ହୁଏ 

   କିପରି ଅଂହିସାର ପଥେ 

ଫେରିଆସନା ବାପୁ ପୁଣିଥରେ 

         ତୁମର ଏହି ଶୁଭ ଲଗନେ ।


Rate this content
Log in

Similar oriya poem from Inspirational