ଶହୀଦ ବାଜି ରାଉତ
ଶହୀଦ ବାଜି ରାଉତ
ବାର ବରଷର ସେ ବାଜିରାଉତ, ମୋ
ଜଲ୍ଲାର ତ ଗର୍ବ ଓ ମହତ
ଢେଙ୍କାନାଳ, ଭୁବନ ଗାଆଁ ନୀଳକଣ୍ଠ
ପୁରେ ଜନମି ରଖିଲା ମହତ ।
ବିଦେଶୀ ଦଲାଲ ରାଜା ଅତ୍ୟାଚାରେ
ଅସହ୍ୟ ହେଲେ ପ୍ରଜାମଣ୍ତଳ
ଅତ୍ୟାଚାର ଶୋଷଣ ରଜବାବରେ
ପ୍ରଜା ସଭିଏଁ ହୋଇଲେ ମେଳ ।
ରାଜା ସେତେବେଳେ ତ ଇଂରେଜ
ଶାସନର ଗୋଡାଣିଆ ଥିଲା
ତାର ଆହ୍ୱାନରେ, ଇଂରେଜ ଦମନ କରିବା
ପାଇଁ ଦଳ ବଳ ଧରି ଆସିଲା ।
ଦେଶପ୍ରେମୀ ନିର୍ଭୟ ବାଜିଆର ଇଂରେଜ
ସେନାକୁ ତ ନଥିଲା ଡର
ପ୍ରଜାମଣ୍ତଳ ନିର୍ଦ୍ଦେଶକୁ ମାନି ଘାଟ ଜଗି
ଥିବା ବାଜି କଲା ବେଖାତିର ।
ଘାଟ ପାରି କରି ଦେଲା ନାହିଁ ଭାରତ
ମାର ସେଇ ସୁଯୋଗ୍ୟ ସୁତ
ହୋଇଗଲା ପଛେ ହତ, ବହୁଛି ସେ ରକତ
ମୋ ଦେହେ, ତେଣୁ ମୁଁ ଗର୍ବିତ ।