Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ଆମେ ରହିଛେ କେତେ ସଚେତନ?

ଆମେ ରହିଛେ କେତେ ସଚେତନ?

1 min
137


ଯନ୍ତ୍ରଣାରେ ଜର୍ଜରିତ

କେବେ ହେବ ଅପେକ୍ଷାର ଅନ୍ତ

ପଥ ଖୋଜୁଛି ଗରିବ ବାପୁଡା ବାରମ୍ବାର 

ଆନନ୍ଦ ମିଳିବ ପାଇବ କେବେ ମୁକ୍ତି ବନ୍ଧନରୁ 

ହେ ଭାଇ ଓ ଭଉଣୀ ମୋର 

ଆଜି ଆସେ ଭାବନା ମୋ ମନ ଭିତର 

ପଥରରୁ ଯଦି ଚେତନ ସମ୍ଭବ

ତେବେ ଭାରତୀୟ କିଆଁ ସମାଧାନକୁ ଖୋଜିବ?


ସମ୍ବିଧାନରେ ଅଛି 

ସମତା ହାସଲ କରିବା 

ମମତା ପ୍ରତି ମନେ ଜଗାଇବା 

ସମାଜବାଦକୁ ପ୍ରତିଷ୍ଠା କରିବା  

ସାର୍ବଭୌମତ୍ଵର ସୁରକ୍ଷା କରିବା 

ଏହା କଅଣ ପୁସ୍ତକ ଭିତରେ ରହିବା ପାଇଁ 

କିପରି ପାଇବା ଭାବିବା ନାହିଁ ?


ଆଇନ୍ ଆଖିରେ ସମାନତା ଆମ ଅଧିକାର

ସମତା ପାଇବା ଆମ ଅଧିକାର 

ଶୋଷଣ ବିରୋଧେ ସୁରକ୍ଷା ଆମ ଅଧିକାର 

ଶିକ୍ଷା ସ୍ଵାସ୍ଥ୍ୟ ମଣିଷ ଭଳି ବଂଚିବା ଆମ ଅଧିକାର 

ଏ ଅଧିକାର ଗୁଡିକ କ୍ଷୁର୍ଣ୍ନ ହେଲେ ନ୍ୟାୟ ପାଇବା ଆମ ଅଧିକାର 

ସମ୍ବିଧାନରେ ଏଗୁଡିକ ପରା ମୌଳିକ ଅଧିକାର 

ମୌଳିକ ଅଧିକାର ହୋଇନି କି ଆଜି ଗୌଣ ଏହି ସରକାରର?


ଅବଶ୍ୟ ଅଧିକାର ଅଙ୍ଗାଙ୍ଗୀ ଭାବେ ଜଡିତ 

ସମସ୍ତ ପ୍ରକାର କର୍ତ୍ତବ୍ୟ ସହିତ  

ଦେଖିବା ଆମେ ସମସ୍ତଙ୍କୁ ସମାନ ଦୃଷ୍ଟିରେ 

ଦେବା ସଭିଙ୍କର ଅଧିକାରକୁ ସମ୍ମାନ ଆମେରେ 

ସାର୍ବଭୌମତ୍ଵ ସୁରକ୍ଷା ପାଇଁ ସରବେ ଲାଗିବାର 

ଗଣତନ୍ତ୍ର କୁ ସୁରକ୍ଷା ଦେବା  

ସଭିଙ୍କ ମଣିଷ ପଣିଆକୁ ସମ୍ମାନ ଦେବା 

ରକ୍ଷା କରିବା ସବୁ ନୀତି ନୈତିକତା 

ଦୁର୍ନୀତି ଭ୍ରଷ୍ଟାଚାର ଦୂର କରିବା ପାଇଁ ହେବା ତତ୍ପରତା 

ଗଠନ କରିବା ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ

ରାଜନେତା ସ୍ଵଚ୍ଛ ହେଲେ ସ୍ଵଚ୍ଛ ହେବ ଆମରି ଦେଶ |


ନାରୀ ନିର୍ଯ୍ୟାତନା ଭରି ରହିଛି 

ବଧୁ ନିର୍ଯ୍ୟାତନା ଜୋର ସୋରରେ ଚାଲିଛି  

ଯୌତୁକ ନିର୍ଯ୍ୟାତନା ବୃଦ୍ଧି ପାଇଛି 

ଭୃଣ ହତ୍ୟା ସମାଜୁ କଅଣ ନିଃଶେଷ ହୋଇଛି?

ପାଉଛି କି ମାତୃଜାତି ତାର ଉପଯୁକ୍ତ ସମ୍ମାନ?

ଭାବ ଆମେ ରହିଛେ କେତେ ସଚେତନ?



Rate this content
Log in

Similar oriya poem from Inspirational