Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ନୀଳିମା

ନୀଳିମା

1 min
182



ବରଷେ ଜଳଦ ସୁନୀଳ ଆକାଶ

ସୁଧା ସୁଶୀତଳ ବାରି

ବହେ କୁଳୁକୁଳୁ ନଦୀ ନିର୍ଝରିଣୀ

ଜଳ ସୁମଧୁର ଭରି ।

ନଦନଦୀ ହ୍ରଦେ ସାଗର ସମୁଦ୍ରେ

ଉଚ୍ଛଳେ ସୁନୀଳ ସ୍ୱପ୍ନ

ସବୁଜ ସୁନ୍ଦର ସ୍ୱର୍ଗୀୟ ମାଧୁରୀ

ନୀଳିମାରେ ପରିପୂର୍ଣ୍ଣ ।

ମୋ ମନ ଆକାଶେ ଆଶାର ଦ୍ୟୋତକ

ନୀଳ ନୀଳିମାକୁ ଜିଣି

ବିଜେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂରତି

ନୀଳାଚଳ ଚୂଡାମଣି ।

କୈବଲ୍ୟ ମୁକତି କରନ୍ତି ପ୍ରଦାନ

ପର°ବ୍ରହ୍ମ ଜଗନ୍ନାଥ

ଅଭୟ ଶ୍ରୀପଦ ପଙ୍କଜେ ଶରଣ

ଭକତ ସାରା ଜଗତ ।

ହଲାଇ ଟାହିଆ କରୁଛି ପହଣ୍ଡି

ଗୁଣ୍ଡିଚା ବାହୁଡା ଯାତ

ରଥ ନନ୍ଦିଘୋଷେ ବାମନ ସ୍ୱରୂପେ

ସର୍ବଐଶୀ ସମନ୍ବିତ ।

ଦେଖୁଥିବି ନେତ୍ରେ ପତିତପାବନ

ଚକାଡୋଳା ନିର୍ନିମେଷ

ବୋଳିହେବି ମୁଣ୍ଡେ ବଡ଼ଦାଣ୍ଡ ଧୂଳି

ଟଙ୍କ ତୋରାଣୀରେ ଆଶ ।

ଲଭିବି ସଦ୍ଗତି ତା ସ୍ୱର୍ଗ ଦୁଆରେ

ଜୀବନ ହୋଇବ ଧନ୍ୟ

କରିବ କରୁଣା ଧନ ମୋ କାଳିଆ

କରୁଅଛି ନିବେଦନ ।

  



Rate this content
Log in

Similar oriya poem from Inspirational