ତୁମେ
ତୁମେ
ତୁମ ଦୁଇ ଆଖି
ଛିଟ ପ୍ରଜାପତି
ଲାଗେ ଭାରି ଆପଣାର,
ନୀଳ ସାଗରର
ନୀଳ ଢ଼େଉ ସତେ
ପ୍ରଣୟ ପିୟୁଷ ଧାର l
ଅଜଣା କାହାଣୀ
ରଚିଯାଏ କେତେ
କିଛି ବୁଝେ କିଛି ବାକି,
ଅଦୃଶ୍ୟ ଇସାରା
ଆକର୍ଷିତ କରେ
ନିଏ ତା ପାଖକୁ ଡାକି l
ନିଜ ପ୍ରତିଛବି
ଦେଖେ ମୁଁ ସେଇଠି
ଢଳ ଢଳ କଇଁ ପରି,
ବିଧାତା ଗଢିଛି
କେତେ ଯତନରେ
ସବୁ ଐଶ୍ୱର୍ଯ୍ୟକୁ ଭରି l