Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ଭଡ଼ାଘର

ଭଡ଼ାଘର

1 min
946


ଛୋଟିଆ ଚାକିରୀ ମାସିକ ଦରମା ପାଉଛି ଆଠ ହଜାର

ଚାରି ହଜାର ମୁଁ ଘରଭଡ଼ା ଗଣେ ଦୁଃଖେ ଚଳାଏ ସଂସାର |


ପାଣି ବିଜୁଳିକୁ ଅଲଗା ଖରଚ ସଫେଇ ବି ତାହାପରେ

ମାସ ନପୂରୁଣୁ ଭଡ଼ା ପାଇଁ ଆସି ମାଲିକ ଜୁଲମ କରେ |


ମହଙ୍ଗା ବଜାର ପରିବାର ଭାର ନାହିଁ ଆନ ରୋଜଗାର

ବାଧ୍ୟ ହୋଇ ରାତି ଟିଉସନ କରି ପାଉଛି ଦୁଇ ହଜାର |


ଘରଣୀ ମୋହର ଭାରି ଜାଣିବାର ଚଳାଇ ନେଉଛି ଘର

ସଂସାର ଜଞ୍ଜାଳ ବନ୍ଧୁ ବାନ୍ଧବଙ୍କୁ ସମ୍ପାଦି ଯଥାସାଧ୍ୟର |


ପୁଅଝିଅଙ୍କର ପାଠ ପଢ଼ା ଭାର ଅଚିରେ ଦିଏ ତୁଲାଇ

ବିଳାସ ବ୍ୟସନ ପାର୍ଟି କି ହୋଟେଲ ଯିବାର କଳ୍ପନା ନାହିଁ |


ସିଲେଇ ମେସିନ ପକାଇଛି ଘରେ କରେ କିଛି ଉପାର୍ଜନ

ସହଧର୍ମିଣୀ ସେ ସହମର୍ମିଣୀ ସେ ମୋ ମନ ଆକାଶ ଜହ୍ନ |


ବଖରାଏ ଘର ରୋଷେଇ ସଲଗ୍ନ ଗାଧୁଆକୁ ପାଇଖାନା

ଦେଖି ନାକ ଟେକି ପଳାଇଲା ମୋର ପିଲାଦିନ ସାଙ୍ଗ ବାନା |


ବଡ଼ ଘର ଖଣ୍ଡେ ବୁଝିଲି ମୁଁ ଯାଇ ଭଡ଼ା ଯେ ଆଠ ହଜାର

ଶୁଣାଉ ଘରଣୀ ଭାଷି କଟୁ ବାଣୀ ବୋଲେ ଏ ବୋକା ବିଚାର |


ଭୁବନେଶ୍ୱରର ଏଇ ଭଡ଼ାଘର ଆମପାଇଁ ସ୍ୱର୍ଗପୁର

ପରିବାର ଘେନି ନିରାପଦେ ଅଛେ ବାନ୍ଧି ସମ୍ପର୍କ ମଧୁର |


ଘର ବଡ଼ ହେଲେ ମାନ ବଢ଼େ ନାହିଁ ମନକୁ କରାଅ ବଡ଼

କଷ୍ଟ କଲେ କୃଷ୍ଣ ମିଳିବ ନିଶ୍ଚିତ କର୍ତ୍ତବ୍ୟ ପଥରେ ବଢ଼ |

 



Rate this content
Log in