STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଆମ ଗାଆଁ ଆମ ସଂସ୍କୃତି

ଆମ ଗାଆଁ ଆମ ସଂସ୍କୃତି

1 min
927

ଆମ ଗାଁ ଆମ ସଂସ୍କୃତି ସବୁ ଯାଇଛି 

ପୁରାପୁରି ବଦଳି

ତେଣୁ ଆମେ ଭାବୁଅଛେ ନାହିଁ ଆଜି 

ଯାହା ଥିଲା ଆଗ ଭଳି।୧।


ସମୟ ପରିବର୍ତ୍ତଶୀଳ ବଦଳିବା କିଛି 

ନୂଆ କଥା ନୁହେଁରେ 

ସିନ୍ଧୁ ସଭ୍ୟତାର ଅଦ୍ଭ୍ୟୁଦୟ ଓ ବିଲୟ 

ଦେଖିଛେ ଏ ସଂସାରରେ।୨।


ପ୍ରକୃତିର ସ୍ନିଗ୍ଧ ମଧୁଝର ଶିଶିର ପଡୁ 

ଥିଲା ଆମ ଏ ଧରାରେ

ପରିବେଶ ନଷ୍ଟ ହୋଇଯାଏ ଶୀତୁଆ 

ପ୍ରଭାତ କିରଣ ଅନୁଭୁତି ନାହିଁରେ ।୩।


ଆଉ ଅଛି କି ସେଦିନର ପାହାଡ଼ ଗଛପତ୍ର 

ମୋ ଗାଁ ମାଟିର ଭିତରେ

ଆଗାମୀ ପ୍ରଭାତ ସୁରୁଜ କିରଣ ଲୁଚି 

ଯାଉଛି କି ତାର ଆଢୁଆଳରେ।୪।


ବିଶ୍ୱଯୁଦ୍ଧ କରାଳ ପରମାଣୁ ବିସ୍ଫୋଟ 

ଦେଖିଛୁ ହିରୋସୀମାରେ

ତଥାପି ଏ ସାମ୍ରାଜ୍ୟବାଦୀ ମଣିଷ କିଛି

 ପରିବର୍ତ୍ତନ ହୋଇଛିକିରେ।୫।


ଭାରତୀୟ ସଂସ୍କୃତି ଦେଖିନଥିଲା କି

ଦିବାଲୋକେ ନାରୀ ଅତ୍ୟାଚାର 

ଦୁଃଶାସନର ଆଖିରେ ଯାଜ୍ଞସେନୀକୁ

ଲୋଲୁପ ଦୃଷ୍ଟିରେ ଉଲଗ୍ନ କରିବାର ।୬।


ମାଆ ବୋଲି ଡାକ ଶୁଣିଵା ନାରୀର 

ସପନ ପୂରଣ ହେବାରେ

ଦେଖିନେକି ମାଆ ଗର୍ଭେ ତା ଟୁକୁଡା 

ମାଂସ ମିଶିବା ଧୂଆଁ-କୁଣ୍ଡଳୀରେ।୭।


ସମୟର କରାଳ ଗର୍ଭରେ ଉଡିବନି 

ଗୋଧୂଳି ତ ଆଉ ଗାଆଁ ଦାଣ୍ଡ ଯାକ

ଏ କିଛି ନୁଆ ନୁହେଁ ଇଣ୍ଟରନେଟ ଯୁଗରେ 

ଆସିବନି ଡାକବାଲା ଆଣି ଡାକ।୮।


ରାଜନୀତି ଭୋଟ ପାଇଁ ନାହିଁ ଆଉ ଗାଁଆ

 ସଭା ଆଉ ମେଳନ କୀର୍ତ୍ତନ

ପୁଞ୍ଜିବାଦ ତାର ସ୍ୱାର୍ଥ ପାଇଁ ବୁଣିଛି ବିଷ  

ନାହିଁ ଭାଇଚାରା ଆଦାନ ପ୍ରଦାନ।୯।


ଦେଖିଛେ ସାମ୍ରାଜ୍ୟବାଦର ନାରକୀୟ

ଜାଲିଆନା ବାଗ ନୃଶଂସ-ହତ୍ୟାର

ଆଜି ମଧ୍ୟ ଆମ ଦେଶରେ ଦେଖୁଛେ ରାମ 

ରାଜ୍ୟ ନାମେ ଦୃଶ୍ୟ ପୁଞ୍ଜିବାଦର ।୧୦।


ମନେ ରଖ ସାଧାରଣତନ୍ତ୍ର ଏବଂ ସାର୍ବଭୌମତ୍ୱ

 ଶବ୍ଦ ମାତ୍ର ନୁହେଁରେ  

ଜନଗଣର ବିଜୟ ଏକଛତ୍ରବାଦ

ସାମ୍ରାଜ୍ୟବାଦୀ ମୋହର ଉପରେ ।୧୧।


ପିଇଥିଲା ଦିନେ ଏଇ ମାଟି ରକତକୁ 

ମାଟିରେ କେତେ ବୀର ସନ୍ତାନର

ଥିଲା ତ ଆତ୍ମାହୁତି ବିଜୟ ପାଇବା ପାଇଁ 

ସତ୍ୟ ଓ ଅହିଂସାର ।୧୨।


ଦେଖି ସାମ୍ପ୍ରଦାୟିକ ସାମ୍ରାଜ୍ୟବାଦୀ ଓ

ଏକଛତ୍ରବାଦୀ ସଂସ୍କୃତିର ତାଣ୍ଡବକୁ

ଦୁଃଖ ଆସେ ଭଗତ ସିଂହ ଖୁଦିରାମ 

ସୁବାଷ ବୋଷର ଅମର ଆତ୍ମାକୁ ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational