STORYMIRROR

Debashis Pati

Inspirational

3  

Debashis Pati

Inspirational

ନୀରବତା ଏକ ଆହ୍ୱାନ

ନୀରବତା ଏକ ଆହ୍ୱାନ

1 min
605

କାକଳୀର କଳରବରେ ହସୁଛି ବନାନୀ

ଆକାଶ ଜହ୍ନ ତାରା ବି ବେଶ ଉଚ୍ଚାଟିତ

ଏଇ ସ୍ୱର ସହ ପରିଚିତ ଆକାଶ ଯେମିତି

ପ୍ରତୀକ୍ଷିତ ଗୋଧୂଳି ଲଗ୍ନର ଛୁଆଁଟି ଟିକେ ଲାଗି

ପ୍ରଶସ୍ଥ ସରହଦ ରେ ଖାଲି ଯାହା ଶୁଭୁଛି

ନିରବତାର ପ୍ରତିଧ୍ୱନି।।


ସଂଜପରେ ରାତିର ଛାତିରେ ଅନେକ ସ୍ୱପ୍ନ

କଡ଼ ଲେଉଟାଇ ମାପୁଛନ୍ତି ସ୍ୱପ୍ନର ପରିଧି

ନୂତନ ଆଗନ୍ତୁକ ପରି ଅଚିହ୍ନା ଲାଗୁଛି ଏଇ

ରାତ୍ରିର ପ୍ରତ୍ୟେକଟି ମୁହୂର୍ତ୍ତର ଅନ୍ଧାରି ପୃଷ୍ଠା

ଅନେକ ଆଶା ଓ ନିରାଶା ଭିତରେ ରାତ୍ରୀ

ଆତ୍ମଗୋପନ କରି ଗଣୁଛି ତମାମ ଆୟୁଷ।।


କେଇ ଘଡ଼ି ବାକି ଆଉ ଏକ ନୂତନ ନୀରବତା ଲାଗି

ନିରବ ପ୍ରଶ୍ନବାଚୀ ଭିତରେ ଆକାଶ ଗଣିବ

ପୁଣି ସୂର୍ଯ୍ୟଦୋୟର କୋମଳ ପଂକ୍ତି 

କାକଳି ଗାଇବ ନବ ରାଗିଣୀ ଧରାପୃଷ୍ଠ ପୁଣି

ଉଲ୍ଲସିତ ହେବ ଉଜ୍ଜ୍ୱଳତାର ହର୍ଷ ଉଲ୍ଲାସରେ..


ହେଲେ ଏଇ ନୀରବତା !

ଚୁପଚାପ ଅନୁଭବୁଥିବ ବର୍ଷ ମାସ ଦିନ ଓ ତିଥିର

ହଜିଲା ସ୍ମୃତି ହଜିଯାଇଥିବା ମୁହୂର୍ତ୍ତର ପ୍ରକୃତ ପରିଚୟ।

ଚିହ୍ନାରୁ ଅଚିହ୍ନା ହେଇଥିବା କିଛି ଆପଣା ମଣିଷ

ଅଚିହ୍ନାରୁ ନିହାତି ନିଜର ଲାଗୁଥିବା କିଛି ବ୍ୟକ୍ତିତ୍ୱ

ଅନେକ ସପ୍ନ ବିଜଡିତ ସଞ୍ଜର ଅୟମାରମ୍ଭ

ଅନେକ ରାତ୍ରିର ନିରବ ମହୋତ୍ସବ 

ଏକ ଭିନ୍ନ ସକାଳର ଉତ୍ଫୁଲ୍ଲିତ କାକଳି


ପୁଣି ଫେରି ଦେଖୁଥିବ ସେଇ ଚିରାଚରିତ ଜୀବନ ଧାରା

ସବୁ କିଛିର ହଜିଲା ଅତୀତ ବଞ୍ଚିରହିଥିବା ବର୍ତ୍ତମାନର ନିରବ ଅଭିପ୍ସା 

ନିରବ ପ୍ରଶ୍ନବାଚୀ ନିରବ କୋଳାହଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational