STORYMIRROR

TUKUNA SAHU

Inspirational

3  

TUKUNA SAHU

Inspirational

ମୋ ଗାଆଁ

ମୋ ଗାଆଁ

1 min
1.2K

ଘଣ୍ଟ ଘଣ୍ଟି ଧ୍ଵନି ପ୍ରକମ୍ପିତ ହୁଏ 

ଝାଞ୍ଜ ମୃଦଙ୍ଗର ତାଳେ

ଧୂପ ସୁଗନ୍ଧରେ ମହକି ଉଠଇ

ଆନନ୍ଦର କୋଳାହଳେ ।


ମୋ ଗ୍ରାମ ମନ୍ଦିରେ ସଙ୍କୀର୍ତ୍ତନ ଶୁଭେ

ସନ୍ଧ୍ୟା ହେଲେ ଆଗମନ 

ପ୍ରଭୁ ଦର୍ଶନରେ ତୃପ୍ତି ହୋଇଯାଏ

ଗ୍ରାମବାସୀଙ୍କର ମନ । 


ପ୍ରତି ଶନିବାରେ ଶନିଶ୍ଚର ମେଳା 

 ପରମ୍ପରା ମୋ ଗ୍ରାମର 

ଆବାଳବୃଦ୍ଧ ଯେ ପ୍ରସାଦ ସେବନ୍ତି 

ନଥାଏ ବାଛବିଚାର ।


ଅଛି ଭାଇଚାରା ମିତ୍ରତାର ଧାରା 

ମିଳେ ଗୁରୁଙ୍କୁ ସମ୍ମାନ

ଅନେକ ଭିତରେ ଏକତାର ଭାବ 

ସ୍ଵଚ୍ଛତାର ପାଦ ଚିହ୍ନ । 


Rate this content
Log in

Similar oriya poem from Inspirational