ମାଆ
ମାଆ


ପଣତ ତୋହର କାଇଁ ଉଡିଗଲା
ଉଡିଗଲା ପୁରା ଛାଇ
ଖରାରେ ସିଜୁଛି ବର୍ଷାରେ ଭିଜୁଛି
ସାହାରା ପାଇବା ପାଇଁ ।
ଜହ୍ନମାମୁଁ ଦେଖେ ନିତି ରାତି ହେଲେ
ଗୀତଟି ଶୁଣିବା ପାଇଁ
ଲୋତକରୁ ସିନା ଲୁହ ଖାଲି ଝରେ
ଗୀତର ମୂର୍ଚ୍ଚନା ନାହିଁ।
ଖାଇବାକୁ ବସେ ନିତି କଂସା ପାସେ
ଭୋକତ ମରିବା ପାଇଁ
ପେଟ ସିନା ପୂରେ ଲାଳସା ନ ମରେ
ଉଦ୍ଦୀପନା ଜମା ନାହିଁ ।
trong> ଶାନ୍ତନା ଦିଅନ୍ତି ସବୁ ଲୋକ ସତ ମନକୁ ବୁଝିବା ପାଇଁ ଅନ୍ତର ହୃଦୟ ନ ବୁଝି ପାରଈ ତୃପ୍ତି ଜମା ମିଳେ ନାହିଁ। ବ ଫେରିଆସ ମାଆ ମୋର ପାଶେ ଆଜି କରିବିନି ଜମା ଅଳି ଆଦେଶକୁ ତୁମ ସବୁ ମାନିନେବି ମଥାରେ ଚନ୍ଦନ ବୋଳି ।