STORYMIRROR

Lilabati Padhi

Inspirational

3  

Lilabati Padhi

Inspirational

ସାଧାରଣତନ୍ତ୍ର ଦିବସେ

ସାଧାରଣତନ୍ତ୍ର ଦିବସେ

1 min
671


ଗରବେ ଛାତି ମୋ ଫୁଲିଉଠେ

ଭାରତୀୟ ବୋଲି ମୁହିଁ,

ବିଶାଳ ବିସ୍ତୃତ ପରିସୀମା ତାର

କେତେ ନଦୀ ନାଳ ଡେଇଁ ll

ଦୁର ପରବତ କୁଞ୍ଚୁକୁଞ୍ଚିଆ ସେ

ମନକୁ ନେଉଛି ମୋହି,

କୋଇଲି ଗାଉଛି କୁହୁକୁହୁ ସୁରେ

ଝରଣା ଯାଉଛି ବହି ll

ହିମାଳୟ ଠାରୁ କୁମାରିକା ଯାଏଁ

ସବୁଜ ତା ପରିବେଶ,

ମନ୍ଦିର ମାଳିନୀ ଘଣ୍ଟଘଣ୍ଟା ଧ୍ୱନି

ମହମହ ତା ସୁବାସ ll

ସତସତ ମହାପୁରୁଷ ଜନମ

ଲଭିଛନ୍ତି ଏ ଭୂଇଁରେ,

ଜଗତ ଭିତରେ ତlହlନାହିଁ

ଯାହା ମିଳେ ନାହିଁ ଭାରତରେ ll

ସେନେହ, ମମତା, ଜାତି, ଧର୍ମ, ପ୍ରୀତି

ଗୋଟିଏ ଡୋରରେ ବନ୍ଧା,

ପ୍ରତ୍ୟେକ୍ଷ ଠାକୁର ପୁରୀରେ ଅଛନ୍ତି

ଭକତ ଭାବରେ ବନ୍ଧା ll

କ୍ରିଷ୍ଣା ଓ କାବେରୀ, ଗଙ୍ଗା,ଗୋଦାବରୀ

କେତେ ନଦୀ ଯାଏ ବହି,

ଏ ସାରା ଭାରତ ଗୋଟିଏ କୁଟୁମ୍ବ

ଆମେ ସବୁ ଭାଇଭାଇ ll

ଭାରତ ମାଟିରେ ଜନମ ହୋଇ ମୁଁ

ଅରଜିଛି କୋଟି ପୁଣ୍ୟ,

ତାର ସେବା ଲାଗି ଏ ଜୀବନ ଜାଉ

ହୋଇଯିବି ମୁଁ ଯେ ଧନ୍ୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational