STORYMIRROR

Suresh chandra Padhy

Children

3  

Suresh chandra Padhy

Children

ଭଙ୍ଗା ସିଲଟ

ଭଙ୍ଗା ସିଲଟ

1 min
184



ମନେ ପଡେ ମୋ ପିଲା ଦିନ କଥା

ଯାହା ଭାବିଲେ ଲଗାଇ ହୃଦେ ବ୍ୟଥା

ପ୍ରଥମ ଗୁରୁ ମୋର ଯିଏ ହୋଇ ଥିଲେ

ସିଲଟ ରେ ମୋତେ ଖଡି ଛୁଆଇଁ ଲେଖା ଶିଖାଇଲେ

ସିଲଟ ଧରି ଲେଖି ଥିଲି ମୁହିଁ ତିନି ଶୂନକୁ

ବ୍ରହ୍ମା ବିଷ୍ଣୁ ମହେଶ ଙ୍କ ଆଶିଷ ପାଇବାକୁ

ମୋ ପିତା ମାତା ମୋର ଗୁରୁ ସାଜିଥିଲେ

ପ୍ରଥମ ଅକ୍ଷର ଅ ,ଆ ଲେଖିବା ଶିଖାଇ ଦେଲେ

ସିଲଟ ଧରି ବିଦ୍ୟାଳୟ କୁ ପ୍ରଥମେ ଗଲି

ସବୁ କିଛି ଲେଖିବା ପଢିବା ସିଲଟ ରେ କଲି

ଆଜି ବି ସେ ସିଲଟ ମୋ ପାଖରେ ଅଛି

ଭଙ୍ଗା ସିଲଟ ଧରି ପୁରୁଣା ଦିନର ସ୍ମୃତି କୁ ମନେ ରଖିଛି ।



Rate this content
Log in

Similar oriya poem from Children