STORYMIRROR

Hasyamayee Raj

Children Stories Others

3  

Hasyamayee Raj

Children Stories Others

ମୋ ସ୍ବପ୍ନର ଘର ଓ ଆଜି

ମୋ ସ୍ବପ୍ନର ଘର ଓ ଆଜି

1 min
145


ଆଣ୍ଟ ବାନ୍ଧିଥିଲି କରିବାକୁ

ଖୁବ୍ ମନଲୋଭା ଏକ ଘର

ଯେଉଁଠି ଭରିଥିବ ଖାଲି

ସଂଗୀତର ମଧୁର ଝଙ୍କାର

ଶୀତଳ ସମ୍ମୋହନ ପ୍ରେମର

ଆଗକୁ ଯିବାକୁ ମୁହୂର୍ତ୍ତ ମାନ

ପ୍ରତିକ୍ଷଣ ମାନୁଥିବେ ହାର ।

ନିଶ୍ଚଳ ସନ୍ଯାସୀ ପରି

ମୁଁ ସ୍ଥିତପ୍ରଜ୍ଞ ହୋଇ ଦେଖୁଥିବି

ମୋ କମେଇ ଥିବା

ଶ୍ରଦ୍ଧାର ଫସଲ ,

ହାଲ୍ କା ହାଲ୍ କା ହସୁଥିବି ମୁଁ

ମୋ ଚାହାଣୀର କଥାରେ

ଆଭିଭୂତ ହେଉଥିବେ ସମସ୍ତେ

ଆଉ ଆକାଶର ବ୍ଯାପ୍ତି ଭିତରେ

ହଜିଯାଉଥିବ ମୋର ସମଗ୍ର ସତ୍ତା

ଅଫୁରନ୍ତ ଆନନ୍ଦରେ

ଉଦ୍ ବେଳିତ ହେଉଥିବ

ମୋ ସ୍ବପ୍ନର ମହଲ । 

 ହେଲେ

ମୁଁ ଏକ ଅଲୋଡା

ଚିତ୍ରଶିଳ୍ପୀ ପାଲଟିଗଲି

ଲୁହରେ ଆଙ୍କୁଛି

ମୋର ବର୍ତ୍ତମାନ

ଆଉ ଲହୁର ରଙ୍ଗରେ

ଭିଜିଯିବ ବୋଧହୁଏ

ମୋର ଅବଶିଷ୍ଟ ଆୟୁଷ,

ମେଣ୍ଟିଯାଇଛି ମୋର

ଜିଇଁବାର ଶୋଷ

ନିର୍ନିମେଷ ନୟନରେ

ଚାହିଁଚି ଆକାଶ

ଆପେକ୍ଷା କରିଛି

କେବେ ଆସିବ

ମୋ ଅପେକ୍ଷିତ ଶେଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍