Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Children Stories

3  

ତାରାପ୍ରସାଦ ଜେନା

Children Stories

ବିଲୁଆ ବିଚାର

ବିଲୁଆ ବିଚାର

1 min
257



ବିଲୁଆ ବିଚାର ସହସା ପଡ଼ିଲା

ଗହଳ ବୁଦାର ପାଖେ

ରାଜନ ସିଂହକୁ କେମିତି ମାରିବେ

ଶାସନ ଧରିବେ ସୁଖେ ।


ଆଇଁଷ ବିନାରେ ପାଟିଟା ଅରୁଚା

ଖାଇବା ହେଉନି ବେଶି

ସିଂହଟା ମରିଲେ ଆଇଁଷ ମିଳିବ

ଲାଗିବ ବହୁତ ଖୁସି ।


ଚାତର ବିଲୁଆ କଥାରେ ସତର

ବିଲୁଆ ମାରିଲେ ତାଳି

ଆଇଁଷ ଚିନ୍ତାରେ ମନଟା ଉଚ୍ଛନ୍ନ

ସିଂହକୁ ଝାଡ଼ିଲେ ଗାଳି ।


ବିଲୁଆ ଦଳଙ୍କ ମନ୍ଦର ବେଭାର

ନଜର ପଡ଼ିଲା କାଉ

ଫୁଉର୍ ଉଡ଼ିକି ରାଜାଙ୍କ କାନରେ

ଫୋଡ଼ିଲା ବିଲୁଆ ଭାଉ ।


ଭାଲୁ ଓ ମାଙ୍କଡ଼ ହାତୀଙ୍କୁ ଧରିକି

ରାଜାଙ୍କ ମନ୍ତ୍ରଣା କେତେ

ବିଲୁଆ ଦଳକୁ ପାନଟେ ଦେବେ ଯେ

ବଣରୁ ତଡ଼ିବେ ସତେ ।


'ଧୂର୍ତ୍ତତା ମୂର୍ଖତା ଚଳିବ ନାହିଁଟି

ସମାଜ ଆଗରେ କେବେ

ପାଜିଙ୍କୁ ଦଣ୍ଡରେ ମୁଣ୍ଡଟା ଉଡ଼ିବ

ନ୍ୟାୟକୁ ଦେଖିବେ ସର୍ବେ ।'


ଫିକର କରିକି ଗୁହାରୀ ନାଆଁରେ

ବିଲୁଆ ଭେଟିଲେ ରାଜା

ବିଲୁଆ ନେତାଙ୍କ ମୁଣ୍ଡକୁ ଚୋବାଇ

ରାଜା ତ ଖାଇଲେ ମଜା ।


ଲାଙ୍ଗୁଡ଼ ଜାକିକି ବିଲୁଆ ଦଳଟା

ଦଉଡ଼ ମାରିଲେ ହଗି

ହାତୀକୁ ମାଙ୍କଡ଼ ଭାଲୁଏ ମିଶିକି

ଖୋବାକୁ ଲଦିଲେ ଜଗି ।


ବିଲୁଆ ଦଳଟା ବିକଳେ କାନ୍ଦିକି

ବଣରୁ ବାହାର ହୋଇ

ଜୀବନ ନାଟିକା ଧରିକି ରହିଲେ

ଅମଡ଼ା ବଣର ଛାଇ ।



Rate this content
Log in