STORYMIRROR

ତାରାପ୍ରସାଦ ଜେନା

Children Stories

3  

ତାରାପ୍ରସାଦ ଜେନା

Children Stories

ବିଲୁଆ ସିଂହ

ବିଲୁଆ ସିଂହ

1 min
203


ସିଂହର ମୁଖାରେ ବିଲୁଆ ଚାତର

ହେବନି ବଣର ରାଜା

ଅଇଁଠା ହାଡ଼ରେ ଲୋଭଟା ତାହାର

ସେତିକି ଖିଆର ମଜା !


ଦେହକୁ ଫୁଲେଇ ଲାଙ୍ଗୁଡ଼ ଟେକିଲେ

ବିଲୁଆ ହେବନି ସିଂହ

କଅଁଳ ବଚନ ଯେତେ ବି ଭାଷିଲେ

ଚତୁର ନିଲଠା ସ୍ନେହ !


ମାଟିରେ ଦେଖିକି ସିଂହର ପଞ୍ଝାକୁ

ବିଲୁଆ କରୁଛି ମାପ

ବିଲୁଆ ପଞ୍ଝାଟା ଜମା ତ ମିଶୁନି

ମିଛରେ ବଳକୁ ଧାପ !


ବିଲୁଆ ଡୋଳାକୁ ଯେତେ ବୁଲାଇଲେ

ହେବନି ସିଂହର ଡୋଳା

ତଥାପି ଦୁଷ୍ଟାମି ବିଲୁଆ ପାଜିର

ତୁଛାକୁ କରଇ ଖେଳା !


ସିଂହର ଶିକାର ଦୂରରୁ ଦେଖିଲେ

ବିଲୁଆ ପିଳେହି ପାଣି

ଫୁଟାଣି ଏମିତି ମନରୁ ଛାଡୁନି

ନିଜକୁ ଭାବୁଛି ଗୁଣୀ !


ସିଂହର ରଡ଼ିରେ ଜଙ୍ଗଲ ଫାଟୁଛି

ବିଲୁଆ ଭୟରେ ବୋକା

ଗାତ କି ପଶନ୍ତା ଦେହଟା ଥରୁଛି

ମୁଣ୍ଡଟା ଭ୍ରମୁଛି ଏକା !


ସିଂହର ଜାଗାରେ ବିଲୁଆ କେବେ ବି

ପାରିବ ନାହିଁଟି ବସି

କୌଶଳ କେବଳ ସିଂହକୁ ମାରିବା

ଗଳାକୁ ଥିବଟି ଘୋଷି !




Rate this content
Log in