ଗୁରୁ ଦିବସ
ଗୁରୁ ଦିବସ
ଗୁରୁ ତୁମେ ଯୋଗଜନ୍ମା
ପ୍ରବୀଣ ପ୍ରବର,
ଗୌରବ ବିଭୋର ତୁମେ
ଦେଶ କର୍ଣ୍ଣଧାର ।
ଜ୍ଞାନର ଜ୍ଵ।ଳାମୁଖୀ
ପୁଣି ଫଲ୍ଗୁଝର
ସାରସ୍ୱତ ସ୍ରଷ୍ଟା ତୁମେ
ସମସ୍ତ ବୃତ୍ତିର ।
ନସ୍ରବି ନିରବି ଥିବା
ଶୈଶବ ଜୀବନ,
ଉତ୍କୀର୍ଣ୍ଣ କରାଇ ଥାଅ
ଦାନେ ଦିବ୍ୟ ଜ୍ଞାନ ।
କୁଶଳୀ ସୁକାରିଗର
ଜୀବନ୍ତ ବିନ୍ଧାଣୀ
ଜ୍ଞାନଶୂନ୍ୟ ମାଟି କୁମ୍ଭେ
ପୂର୍ଣ୍ଣତା ଯେ ଆଣି 
;।
ପୂର୍ଣ୍ଣକୁମ୍ଭ ଗଢିବାର
କୌଶଳେ ନିପୁଣ
ନ୍ୟୁନତାରେ ମହାନତା
ଅକ୍ଳେଶରେ ଆଣ ।
ଜ୍ଞାନର ସାଗର ତୁମେ
ଜ୍ଞାନର ମହକ
ଆଶାର ଆଲୋକ ଶିଖା
ପଥ ପ୍ରଦର୍ଶକ ।
ଜୀବନକୁ ଗଢିବାର
ସଫଳ ମନ୍ତ୍ରରେ
ଅଭିମନ୍ତ୍ରିତ କରାଅ
ଆପଣା ଶିଷ୍ୟରେ ।
ତେଣୁ ତୁମେ ଏକାଧାରେ
ତ୍ରିଦେବ ଈଶ୍ୱର
ଗୁରୁଃ ବ୍ରହ୍ମ। ଗୁରୁଃ ବିଷ୍ଣୁ
ଗୁରୁଃ ମହେଶ୍ୱର ।।