Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyosna panda

Others

4  

jyosna panda

Others

ଶରତ ଆସିଛି ମରତେ

ଶରତ ଆସିଛି ମରତେ

1 min
243


ଶରତ ଆସିଛି   ମରତ ଭୂଇଁକୁ

    ନେଇ ରୂପର ପସରା

ନଦୀପଠା ଧାରେ କାଶତଣ୍ଡୀ ଝୁମେ 

    ହସି ଉଠେ ବସୁନ୍ଧରା l


ଉଇଁ ଆସିଲାଣି ଶାରଦୀୟ ଜହ୍ନ

  ସୁନୀଳ ଆକାଶ କୋଳେ

ଭସା ମେଘମାଳା  ଆସର ତୋଳଇ

    ଚୁନା ଚୁନା ତାରା ମେଳେ l


ସରସୀ ଜଳରେ ଢଳି ଢଳି ଝୁଲେ 

    ମଦାଳସୀ କୁମୁଦିନୀ

ଦେହେ ତା'ର ସତେ ପ୍ରୀତିର ପିୟୁଷ 

   ବୋଳେ ଚାନ୍ଦର ଚାନ୍ଦିନୀ l


ଶେଫାଳି ସୁମନ ସୁବାସ ଛୁଟାଇ 

     ଅଭିସାରେ ଆତ୍ମହରା 

ଶିଶିର ପରଶେ ଶିହରଣ ଖେଳେ

   ତା' ତନୁ ବଲ୍ଲରୀ ସାରା l


ମନ୍ଦ ମନ୍ଦ ବହେ  ଶୀତଳ ସମୀର

    ମନ ମତୁଆଲା କରେ

ପକ୍ଷୀ କାକଳୀରେ  ଦିଗନ୍ତ ମୁଖର 

    ଶରତର ସକାଳରେ l


ମା' ଆଦିଶକ୍ତି  ଆବିର୍ଭାବ ହେବେ 

    ନବଦୁର୍ଗା ରୂପ ନେଇ 

ସବୁଜ ବନାନୀ ଗାଏ ସମ୍ମୋହନୀ

    ପୁଷ୍ପାଞ୍ଜଳି ବାଢ଼ି ଦେଇ l


ଆସ ମା' ଦୁର୍ଗେ  ଅଖିଳ ଭୁବନେ 

    ଢାଳି ଶୁଭାଶିଷ ଧାରା 

ଅପସରି ଯାଉ  ସକଳ କଳୁଷ 

    ନିରାମୟ ହେଉ ଧରା ।


Rate this content
Log in