STORYMIRROR

jyosna panda

Others

3  

jyosna panda

Others

ତୁମେ ପ୍ରିୟା ପାଶେ ଥିଲେ

ତୁମେ ପ୍ରିୟା ପାଶେ ଥିଲେ

1 min
136

ବଇଶାଖୀ ଝାଞ୍ଜି   ଲାଗଇ ଚନ୍ଦନ 

   ତୁମେ ପ୍ରିୟା ପାଶେ ଥିଲେ

ଅଦିନରେ ବହେ  ଚୋରା ଚଇତାଳି 

   ତୁମେ ଟିକେ ହସିଦେଲେ ।


ଲାଜୁଆ ଆଖିରେ  ଲାଜେଇ ଚାହିଁଲେ

    ଜହ୍ନ ବି ଇର୍ଷାରେ ଜଳେ

ସେଇ ଚାହାଁଣିରେ ଦେହ ସାରା ମୋର 

   ପ୍ରୀତିର ପୁଲକ ଖେଳେ

ଅବସନ୍ତେ ଶୁଭେ   କୋଇଲିର କୁହୁ 

    ସହକାର ଡାଳେ ଡାଳେ ।


ତୁମ ଦେହ ଛୁଇଁ   ମୃଦୁଳ ମଳୟ 

  ମୋ ଦେହରେ ଯେବେ ବାଜେ

ମାଦକ ଭରା ସେ  ମହୁଲି ଛୁଆଁରେ 

    ପାଗଳ ପ୍ରେମି ମୁଁ ସାଜେ

ବିରହ ଜ୍ୱାଳାରେ  ଜଳଇ ଏ ଦେହ

   ସେଇ ଛୁଆଁ ନ ପାଇଲେ ।


ସତେକି ଆସିଛ  ପରୀ ରାଇଜରୁ

   ନବୀନ କିଶୋରୀ ବାମା

ତୁମ ରୂପର ବା  କି ଉପମା ଦେବି

   ତୁମେଇ ତ ଅନୁପମା 

ଅଳକାପୁରୀଟେ ଗଢ଼ାଇ ଦେବି ମୁଁ 

   ପ୍ରୀତିର ଇସାରା ଦେଲେ ।


Rate this content
Log in