Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Abstract Fantasy

4  

Bharatabandhu Biswal

Abstract Fantasy

ସହରର ବତୀ ଲିଭିଗଲା ପରେ

ସହରର ବତୀ ଲିଭିଗଲା ପରେ

1 min
319



ସହରର ବତୀ   ଲିଭିଯାଏ ଘରେ

    ଆଲୁଅ ରାସ୍ତାରେ ଜଳେ

ଦିଶେ ଦପଦପ   ଡାହାଣୀ ଆଲୁଅ

     ନଜର ଦୂରୁ ପଡିଲେ ।

ଝଲସେ କେଉଁଠି   ନାଲି ହଳଦିଆ

    ସବୁଜ ଆଲୋକମାଳା

ଗୁଞ୍ଜ ମଧୁବନେ   ସଙ୍ଗୀତ ମୂର୍ଚ୍ଛନା

    ଖୋଲାଥାଏ ମଧୁଶାଳା ।

ସୁନାର ହରିଣୀ   ଛନ୍ଦେ କରେ ନୃତ୍ୟ

      ମନହୁଏ ଛନ୍ନ ଛନ୍ନ

ମାୟା ମରୀଚିକା    ଲାଗଇ ବାସ୍ତବ

     ଭ୍ରମନ୍ତି ଭ୍ରମରେ ଭ୍ରମ ।

ଶୁଭଇ ଚିତ୍କାର    ଅନ୍ଧାର ଭିତରେ

      କରୁଣ ଆରତ ନାଦ

କେଉଁଠି ଲୁଣ୍ଠନ   ଚାଲେ କେଉଁଠାରେ

      ନରହତ୍ୟା ବଳାତ୍କାର ।

ନୀରବରେ ଅଶ୍ରୁ    ଝରାନ୍ତି ଜାନକୀ

     ଓଟାରେ ଭିଡେ ରାବଣ

ଦୃଶ୍ୟ ନୀୟମିତ     ହୁଏ ଅଭିନୟ

     ସୀତାଙ୍କ ଅପହରଣ ।

ଅସହାୟ ରାମ    ଜନ ସାଧାରଣ

     ସତୀ ଏବେ ନିରୂଦ୍ଦିଷ୍ଟ 

ସେତୁବନ୍ଧ ବାନ୍ଧି    ରାବଣ ନିଧନ

     ଦୁରୂହ ଲାଗଇ କଷ୍ଟ ।

    


Rate this content
Log in

Similar oriya poem from Abstract