STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଶୃଙ୍ଖଳ ଦିଅ ଫେଡି

ଶୃଙ୍ଖଳ ଦିଅ ଫେଡି

1 min
211

ଗ୍ରୀକ୍ ଦାର୍ଶନିକ ରୁଷୋ ଶୁଣାଇଲେ ବାଣୀ

ଜନମରୁ ମୁକ୍ତ ନର ଶୃଙ୍ଖଳ ନଜାଣି।

ଜୀବନର ପଥେପଥେ ଶିକୁଳି ଆବଦ୍ଧ

ମାୟା ମୋହ ଦୁଃଖ ଶୋକ ସମ୍ପର୍କ ସମ୍ବନ୍ଧ।


କିଏ ଦାସତ୍ଵ ପାଶରେ ଶିକୁଳିରେ ବନ୍ଧା

ଆଉ କିଏ ଉନ୍ନତି ସୋପାନ କରେ ଧନ୍ଦା।

ରାଜପଦ ଧନ ଜନ ପଦବୀ ପ୍ରତିଷ୍ଠା

ଏହି ଶୃଙ୍ଖଳରୁ ମୁକ୍ତ ପାଇଁ ନାହିଁ ନିଷ୍ଠା।


ବିଶାଳ ହସ୍ତୀକୁ ବାନ୍ଧେ ସାମାନ୍ୟ ଶିକୁଳି

ଛିଡାଇ ପାରନ୍ତା ପରା ପାରେ ନାହିଁ କଳି ।

ବାର୍ଦ୍ଧକ୍ୟର ଯାତନାରେ ସଂସାର ଶିକୁଳି

ପୁତ୍ର ପୌତ୍ର ପତ୍ନୀ ମୋହ ରଖେ ସେ ଶଙ୍ଖୋଳି


ତଥାଗତ ବୁଦ୍ଧ ବାଣୀ ସଂସାରେ ମହତ

ମହା ଦୁଃଖ ପୂର୍ଣ୍ଣ ଏହି ସଂସାରର ପଥ

କାମନାର ବିନାଶରେ ବିନାଶ ଦୁଃଖର

ସବୁ ଜାଣି ଭୁଲିଯାଏ ସ୍ୱଭାବରେ ନର।


ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ମୋକ୍ଷ ଲାଭ

ଶେଷ ଶିକୁଳି ଛିଡାଇ ବିଭୁ ପଦେ ଲଭ।

ଭୁଲି ବେଦ ବାଣୀ ଉପନିଷଦର ସୁକ୍ତ

ମୁନି ଋଷି ଯୋଗୀ ଜନ ନୁହନ୍ତି ମୁକତ।


ହେ ମାନବ ବିନା ବନ୍ଧନରେ କାହିଁ ବନ୍ଧା

ଧନ ଜନ ମାନ ସବୁ ମିଛ ମାୟା ଧନ୍ଦା।

ନିଷ୍କାମ କର୍ମ ମାର୍ଗରେ ପଥିକ ହୋଇବା

ତହୁଁ ଭବ ବନ୍ଧନକୁ ଛିଡାଇ ପାରିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational