STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଶ୍ରମିକର କୋହ

ଶ୍ରମିକର କୋହ

1 min
167


ଦିନରେ ଖରାକୁ ରାତିରେ ତାରା ଏମିତି ମୋର ଘର କୁଡିଆ 

ସହର ତଳିର ଅରମା ପ୍ରନ୍ତରେ ମଶା ମାଛି ସନ୍ତ ସନ୍ତିଆ

ପିଲା ଛୁଆ ନେଇ ରହଇ

ବାସି ପଖାଳରେ ପେଟ ପୁରେ ନାହିଁ ଦୁଃଖର ତ ସୀମା ନାହିଁ ।।


ମୋ ହାତ ତିଆରି ହର୍ମ୍ୟ ପ୍ରାସାଦରେ ଧନୀକ କରଇ ବାସ

ତିଳେ ହେଲେ ନାହିଁ କ୍ଷୋଭ ମୋ ମନରେ ନାହିଁ ଦୁଃଖ ଅବଶୋଷ

ବଞ୍ଚିବାର ରାହା ଖୋଜଇ

କାଆଗେ କହିବି ମୋ ଦୁଃଖ କାହାଣୀ (ଖାଲି) ହା ହୁତାସରେ ଜଳଇ ।।


ମୁଣ୍ଡ ଝାଳ ତୁଣ୍ଡେ ମାରିବା ମୋ ଭାଗ୍ୟ ବିଧାତା ଲେଖିଛି କପୋଳେ

ଓଦାକନା ପେଟେ ପକାଇ ପରର କାମ କରିବାକୁ ସକାଳେ

ଯାଇ ମୁଁ ସଞ୍ଜକୁ ଫେରଇ

ମହରଗର ଏ ଦୁନିଆ ଦୁଆରେ ସୁଖ ସ୍ଵପ୍ନ ପରି ଲାଗଇ ।।


କୁଟୁମ୍ଵ ପୋଷିବା ଦୁରୁହ ହୁଅଇ ନାହିଁ ସାହା ନାହିଁ ଭରଷା

ଜୀବନଟା ଖାଲି ଛଟପଟ ହୁଏ ମୁଖୁ ନଷ୍ଫୁରଇ ଭାଷା

ଶ୍ରମିକ ଜୀବନ ସତରେ

କେଡେ ହୀନିମାନ ଅଟଇ ବନ୍ଧୁହେ ଆଜି ଏ ଦୁନିଆଁ ଦୁଆରେ ।।


ଶ୍ରମିକଟେ ବୋଲି ମାନ ସନମାନ ମୋ ସବୁ ଚୁଲିରେ ଜଳଇ

କେତେ ହତାଦର କେତେ ଯେ ତାତ୍ସଲ୍ୟ ସହିବାକୁ ମୋତେ ପଡଇ

ଚିରା ସାତସିଆଁ କୋତରା

ଲଜ୍ୟା ନିବାରଣେ ପରିଧାନ କରେ ନାହିଁ ଶୀତ ନାହିଁ ଖରା ।।


ଏଇତ ଶ୍ରମିକ ଜୀବନ ବନ୍ଧୁ ହେ କୋହକୁ ମୁଁ ଚାପି ରଖଇ

ଦୁନିଆଁ ହସିବ ଦୁଃଖ ବଖାଣିଲେ ଶୁଣିବାକୁ କେହି ନାହିଁ

ତଥାପି ଶ୍ରମିକ ବିହୁନେ

ଅଚଳ ହୋଇବ ବାବୁଭାୟା ପଣ ନଭାବନ୍ତି କେହି ଦିନେ ।।


କେବେକୁ ବୁଝିବ ଶ୍ରମିକର ଦୁଃଖ ଆମର ଏ ସଭ୍ୟ ସମାଜ

ଶ୍ରମିକର ଶ୍ରମ ଝାଳର ମୂଲ୍ୟ କେବେ ଦେବ ଆଉ କୁହତ

ସେଦିନକୁ ମୋର ଅପେକ୍ଷା

ଏହିତ ଶ୍ରମିକର ଅନ୍ତରର କୋହ କର ହେ କୋବିଦେ ସମିକ୍ଷା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational