STORYMIRROR

Gitanjali Pujapanda

Classics Inspirational

3  

Gitanjali Pujapanda

Classics Inspirational

ଶ୍ରମିକ

ଶ୍ରମିକ

1 min
241

ନିଜ ହାତରେ ଗଢିଥିଲି ଘର ହେଉ କି ଅଟ୍ଟାଳିକା 

ମାଟିରେ ନିଜ ରକ୍ତକୁ କରି ପାଣି ଦେଇ ଥିଲି ବୁହାଇ।

ମୋ ମୂଲ୍ୟ କେହି ବୁଝିଲେ ବି ପ୍ରକୃତରେ ବୁଝନ୍ତି ନାହିଁ 

ମୁଁ ଶ୍ରମିକ ମୁଁ କରେ ପରିଶ୍ରମ ଅକାଳନ୍ତ।

ବଡ଼ ବଡ଼ ଅଟ୍ଟାଳିକା କଲେ ମଧ୍ୟ ରହେ ମାଟି ଘରେ 

ଦେହ ମନ ଆତ୍ମାକୁ କାମରେ ଲଗାଇ ମୋ ଦେଶକୁ 

ଉନ୍ନତି ପଥରେ ନିଏ ଆଗେଇ।

ମୋ ଶ୍ରମର ବିକଳ୍ପ ନାହିଁ କେତେବେଳେ ମୁଁ

ଦାଦାନ କେତେ ବେଳେ ଖଟିଖିଆ ଦିନମଜୁରିଆ 

ଖରା ହେଉ କି ହେଉ ବର୍ଷା କିବା ଶୀତର ପ୍ରକୋପ 

ଶ୍ରମ ବିନା ମୋ ଜୀବନର ଗାଡ଼ି ଯାଏ ଅଟକ।

ଶ୍ରମ ଯେ ମୂଳପୁଞ୍ଜି ସବୁରି ଜୀବନର 

ସେ ହେଉ ଚାକିରିଆ ,ଖଟିଖିଆ କିବା ଦିନମଜୁରିଆ 

କିମ୍ବା ଗୃହିଣୀ ସଭିଏଁ ଏକ ଏକ ଶ୍ରମିକ ନିଜ

ଜୀବନଚର୍ଯ୍ୟାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics