ଶ୍ରମିକ ବଳ
ଶ୍ରମିକ ବଳ
ହାତରେ ମୁନିଆ ନିହାଣ ଧରି
ପାଷାଣେ ଜୀବନ ଦିଅନ୍ତି ଭରି,
ତିଳ ତିଳ ସାରି ନିଜ ଜୀବନ
କୀର୍ତ୍ତିମାନ ସ୍ତମ୍ଭ କରେ ନିର୍ମାଣ,
କାଳା-ସ୍ଥାପତ୍ୟ କହେ ତାଙ୍କରି ଗାଥା
ବୁଝେ ନାହିଁ କେହି ମରମ ବ୍ୟଥା,
ଶିଳ୍ପ-ଭାସ୍କର୍ଯ୍ୟ ତାଙ୍କ ଉଚ୍ଚ କୁଟୀର
ସେ ଅଟେ ଶ୍ରମିକ,କାରିଗର, ମଜ୍-ଦୁର ।୧।
ହାତରେ ତାଙ୍କର କୋଡ଼ି-କୋଦାଳ
ରୁଗ୍ଣ-ଜୀର୍ଣ୍ଣ ଶରୀରେ ନ ଥାଏ ବଳ,
ଖରା-ବର୍ଷା-ଶୀତକୁ ନାହିଁ ତା' ଡର
ଟାଙ୍ଗରା ହେଉ କି ହେଉ ଉର୍ବର,
ଚଷିବାକୁ ଥାଏ ସଦା ସେ ତତ୍-ପର
ହଳ-ଲଙ୍ଗଳ ଅଟେ ତା' ସହଦୋର,
ସୁନାର ଫସଲ ଲହରୀ ଖେଳେ
ହରସେ ଆଖିରୁ ଲୁହ ତା' ଢଳେ ।୨।
ମାଟିକୁ ହାଣି ସେ କାଦୁଅ କରେ
ତହିଁ ସେ ନାନା ରୂପକୁ ଧରେ,
ହାଣ୍ଡି-ମାଠିଆ-ସୁରେଇ-ଘଟ
ନାନା ଚିତ୍ରରେ ହୁଏ ଚିତ୍ରିତ,
ଉଲ୍ଲାସେ ଫୁଲି ଉଠଇ ଚିତ୍ତ
ସତେକି, ଅବା ଲାଗେ ଅଭିମନ୍ତ୍ରିତ ।୩।
ଉତ୍ତପ୍ତ ଲୁହାରେ ହାତୁଡ଼ି ମାଡ଼
ଶକ୍ତ ହୋଇଉଠେ ଯୋଡ଼କୁ-ଯୋଡ଼,
ଭିଡ଼ି ମୋଡ଼ି ଭିନ୍ନ ଆକାର ଦିଏ
ତା' ବିନା କି;ନିର୍ମାଣ କାର୍ଯ୍ୟ ସମ୍ଭବ ହୁଏ,
ଘର-ପୋଲ କିମ୍ବା ହେଉ ରେଳଧାରଣ
ବିକାଶ ପଥକୁ ସେ କରେ ନିର୍ଦ୍ଧାରଣ ।୪।
କୃଷକ-ବଢ଼େଇ-ମସ୍ତ୍ରୀ-କୁମ୍ଭାର-କମାର
ନାନା ଜାତି ଅଟେ ଶ୍ରମିକ ଶ୍ରେଣୀର
ନିଜ ନିଜ କର୍ମେ ସେ ନ୍ୟସ୍ତ ରହି
ବିକାଶ ଯାତ୍ରାକୁ ନିଅନ୍ତି ଆଗେଇ
ଜଣଙ୍କ ଉପରେ ଜଣେ ନିର୍ଭରଶୀଳ
ଏହା ହିଁ ଆମର ଶ୍ରମିକ ବଳ ।୫।