STORYMIRROR

Kali Kumar

Inspirational

4  

Kali Kumar

Inspirational

ଶ୍ରମିକ ବଳ

ଶ୍ରମିକ ବଳ

1 min
399

ହାତରେ ମୁନିଆ ନିହାଣ ଧରି

ପାଷାଣେ ଜୀବନ ଦିଅନ୍ତି ଭରି,

ତିଳ ତିଳ ସାରି ନିଜ ଜୀବନ

କୀର୍ତ୍ତିମାନ ସ୍ତମ୍ଭ କରେ ନିର୍ମାଣ,

କାଳା-ସ୍ଥାପତ୍ୟ କହେ ତାଙ୍କରି ଗାଥା

ବୁଝେ ନାହିଁ କେହି ମରମ ବ୍ୟଥା,

ଶିଳ୍ପ-ଭାସ୍କର୍ଯ୍ୟ ତାଙ୍କ ଉଚ୍ଚ କୁଟୀର 

ସେ ଅଟେ ଶ୍ରମିକ,କାରିଗର, ମଜ୍-ଦୁର ।୧।


ହାତରେ ତାଙ୍କର କୋଡ଼ି-କୋଦାଳ

ରୁଗ୍ଣ-ଜୀର୍ଣ୍ଣ ଶରୀରେ ନ ଥାଏ ବଳ,

ଖରା-ବର୍ଷା-ଶୀତକୁ ନାହିଁ ତା' ଡର 

ଟାଙ୍ଗରା ହେଉ କି ହେଉ ଉର୍ବର,

ଚଷିବାକୁ ଥାଏ ସଦା ସେ ତତ୍-ପର

ହଳ-ଲଙ୍ଗଳ ଅଟେ ତା' ସହଦୋର,

ସୁନାର ଫସଲ ଲହରୀ ଖେଳେ

ହରସେ ଆଖିରୁ ଲୁହ ତା' ଢଳେ ।୨।


ମାଟିକୁ ହାଣି ସେ କାଦୁଅ କରେ

ତହିଁ ସେ ନାନା ରୂପକୁ ଧରେ,

ହାଣ୍ଡି-ମାଠିଆ-ସୁରେଇ-ଘଟ

ନାନା ଚିତ୍ରରେ ହୁଏ ଚିତ୍ରିତ,

ଉଲ୍ଲାସେ ଫୁଲି ଉଠଇ ଚିତ୍ତ

ସତେକି, ଅବା ଲାଗେ ଅଭିମନ୍ତ୍ରିତ ।୩।


ଉତ୍ତପ୍ତ ଲୁହାରେ ହାତୁଡ଼ି ମାଡ଼

ଶକ୍ତ ହୋଇଉଠେ ଯୋଡ଼କୁ-ଯୋଡ଼,

ଭିଡ଼ି ମୋଡ଼ି ଭିନ୍ନ ଆକାର ଦିଏ

ତା' ବିନା କି;ନିର୍ମାଣ କାର୍ଯ୍ୟ ସମ୍ଭବ ହୁଏ,

ଘର-ପୋଲ କିମ୍ବା ହେଉ ରେଳଧାରଣ

ବିକାଶ ପଥକୁ ସେ କରେ ନିର୍ଦ୍ଧାରଣ ।୪।


କୃଷକ-ବଢ଼େଇ-ମସ୍ତ୍ରୀ-କୁମ୍ଭାର-କମାର

ନାନା ଜାତି ଅଟେ ଶ୍ରମିକ ଶ୍ରେଣୀର

ନିଜ ନିଜ କର୍ମେ ସେ ନ୍ୟସ୍ତ ରହି 

ବିକାଶ ଯାତ୍ରାକୁ ନିଅନ୍ତି ଆଗେଇ 

ଜଣଙ୍କ ଉପରେ ଜଣେ ନିର୍ଭରଶୀଳ

ଏହା ହିଁ ଆମର ଶ୍ରମିକ ବଳ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational