STORYMIRROR

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଶ୍ରୀ ରାଧେ

ଶ୍ରୀ ରାଧେ

1 min
154


ସୁକୁମାରୀ ରାଧିକେ ଗୋ

ମୋହନ ମୂରଲୀ ସ୍ୱନେ

 ହୁଅ ନାହିଁ ଥେଇ ଥେଇ

 ତୁଳାରେ ପିଅ ନାହିଁ ଦୁଗ୍ଧ,

ହଟିଆ କାଳିଆ କାହ୍ନୁ

ଯମୁନା କେଳି କଦମ୍ବ

ମାୟା ବୃନ୍ଦାବନ କୁଞ୍ଜ

ନିଭାଇବା କଷ୍ଟ ଏ ସମ୍ବନ୍ଧ ।


ପ୍ରେମ ନିତ୍ୟ ଚିରନ୍ତନ

ଉତ୍ତାଳ ତରଙ୍ଗ ସମ

ଲଙ୍ଘିପାରେ ନାହିଁ କୂଳ

ଅହରହ ପିଟୁଥାଏ ମଥା,

ପ୍ରେମ ନୁହଁ ଯମୁନା ପ୍ରବାହ

ପ୍ରେମ ନୁହଁ ଭସାମେଘ ପ୍ରାୟ

ବହିଯିବା ଉଡିଯିବା ନାଚିକୁଦି

ଭୁଲିଭାଲି ଭାଳି ହେବା ନୁହଁ ତ ଜୀବନ

ଅନ୍ତରଙ୍ଗେ ନିଜକୁ ନିଚୋଡି ପାରିଲେ

 ଯାଇ ମିଳେ କୃଷ୍ଣ ପ୍ରେମ,

ଦୁର୍ଲ୍ଲଭ ପ୍ରେମ ଅମୃତ 

ସିନ୍ଦୂରିତ ଟୋପାଏ ଜୀବନ ବିନ୍ଦୁ

ବିଭୂତି ତା ଅନନ୍ତ ଅପାର ।


ଜୀବନ ଶୁଦ୍ଧ ପବିତ୍ର

 ସୁଗଭୀର କୂପ ଜଳ ପ୍ରାୟ

ଶ୍ରମ ଆୟାସ ସାଧନ

ସମ୍ବନ୍ଧର ରଜ୍ଜୁରେ ଆୟତ୍ତ,

ସବୁକିଛି ମିଳେ ନାହିଁ

ଭାବନା ଆବେଶ ବଳେ

କର୍ମ ସତ୍ୟ କର୍ତ୍ତବ୍ୟ ଅବଶ୍ୟ ।


ଏଣୁ ଗୋ ରାଧିକେ !

ଗୋପନଗରର ରାସ

ରହିଯାଏ ଗୋପନରେ

ଦ୍ୱାରକାରେ ପ୍ରଣବ ପ୍ରକାଶ,

ହଳାୟୂଧ ଭ୍ରାତା ସହ

 ଭଗିନୀ ସୁଭଦ୍ରା ରାଣୀ

ସୁଦର୍ଶନେ ବିଜେ ଜଗଦୀଶ ।


ଶ୍ରୀ ରାଧେ ଗୋବିନ୍ଦ ଜୟ

ପୁରୁଷୋତ୍ତମ ଆରାଧ୍ୟ

ଜଗନ୍ନାଥ ପରମ ପୁରୁଷ,

ପ୍ରେମ କରୁଣାର ସିନ୍ଧୁ

ଦ୍ୱାରାବତୀ ପୁରୀ ଖ୍ୟାତ

ମରତ ବୈକୁଣ୍ଠ

ଜ୍ୟୋତି ରୂପ ଦିବ୍ୟ ଦାରୂଭୂତ ।


  --------



Rate this content
Log in

Similar oriya poem from Inspirational